ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସର୍ବସାଧାରଣ ଚଳପ୍ରଚଳ ସ୍ଥାନରେ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଇବାରୁ ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ଢେଙ୍କାନାଳ, 08/04/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମ ପଂଚାୟତର କମନିଙ୍ଗ୍ ଗ୍ରାମର ସର୍ବସାଧାରଣ ଚଳପ୍ରଚଳ ଜାଗାରେ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଇବାରୁ ଗ୍ରାମବାସୀ ଅଦ୍ଯ ଜିଲ୍ଲାପାଳଙ୍କ ପାଖରେ ଏକଦାବୀ ପତ୍ର ପ୍ରଦାନ କରିଛନ୍ତି। କମନିଙ୍ଗ ଗ୍ରାମ ଏବଂ ଗଜମରା ଗ୍ରାମର ସମସ୍ତ ସାଧାରଣ ଚଳପ୍ରଚଳ ନିମନ୍ତେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସ୍ଥାନଟି ଖୋଲା ରହିବା ପାଇଁ ଫଏସଲା ହୋଇଥିଲା । ବର୍ତମାନ ଉକ୍ତ ଯାଗାକୁ ଜଙ୍ଗଲ ବିଭାଗ ସେଠାରେ ବିଭିନ୍ନ ଗଛ ଲଗାଇଛି । ଯାହାକି ସର୍ବସାଧାରଣ ଚଳପ୍ରଚଳ ରେ ବାଧାପ୍ରାପ୍ତ ହେଉଅଛି ତଥା ସମସ୍ତ କାର୍ଯ୍ୟ ଉକ୍ତ ଯାଗା ଉପରେ ହେବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଅଗଚୋରରେ ଗଛ ଲଗା ଯାଇଅଛି । ଏଣୁ ଏହାକୁ ଉପଯୁକ୍ତ ତଦନ୍ତ କରାଯାଇ ଜଙ୍ଗଲ ବିଭାଗ ଉକ୍ତ ଜାଗାରେ ଗଛ ନଲଗାଇବା ପାଇଁ ଆଦେଶ ପ୍ରଦାନ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
8