ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମାଜସେବୀ ତଥା ଗ୍ରାମ ମୂରବୀଙ୍କ ପରଲୋକ

କୁଜଙ୍ଗ, 07/02/2025, ଉତ୍କଳ voice news - utkalvoicenews.com
Article Image
ଆଜି କୁଜଙ୍ଗ ଥାନା ଅନ୍ତର୍ଗତ,ଗୋପିଆକୁଦ ପଞ୍ଚାୟତ ବରିହା ଗ୍ରାମର ସମାଜସେବୀ ତଥା ଗ୍ରାମ ମୂରବୀ , ସୁରେନ୍ଦ୍ର ପରିଡ଼ାଙ୍କର ୬୮ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ପରୋଲୋକ ହୋଇଥିବା ଜଣାପଡିଛି ।ସେ ଗୋପିଆକୁଦ ର ପୂର୍ବତନ ସରପଞ୍ଚ ତଥା ଗ୍ରାମ ମୂରବୀ ସ୍ବର୍ଗତ ସପନି ପରିଡ଼ା ଙ୍କର ଜେଷ୍ଟ ପୁତ୍ର ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ ଙ୍କ ପିତା ଓ ବର୍ତ୍ତମାନର ଗୋପିଆକୁଦ ସରପଞ୍ଚ ବିଜେପି ନେତା ଶ୍ରୀନିବାସ ସ୍ବାଇଁ ଙ୍କ ଶଶୁର ଅଟନ୍ତି ସେ ମଧ୍ୟ ପୂର୍ବତନ ପଞ୍ଚାୟତ ସମିତି ଉପାଧକ୍ଷ ପ୍ରକାଶ ଚନ୍ଦ୍ର ପରିଡା ଙ୍କର ଭାଇ ଅଟନ୍ତି ।ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ , ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ , ଜଗତସିଂହପୁର ର ପୂର୍ବତନ ସାଂସଦ ତଥା ତାଙ୍କ ଭିଣୋଇ ଡକ୍ତର କୁଳମଣି ସାମଲ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ତ୍ରିପାଠୀ , କୁଜଙ୍ଗ ମଣ୍ଡଳ ବିଜେପି ସଭାପତି ରଞ୍ଜନ କୁମାର ବାରିକ , କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ , ସଂଗ୍ରାମ ମହାପାତ୍ର,ସାମ୍ବାଦିକ ବିଭୂତି ଭୂଷଣ ଦାସ , ସାମ୍ବାଦିକ ଗିରିଜା ପ୍ରସାଦ ମହାନ୍ତି , ପ୍ରତାପ ରୁଦ୍ର ବେହେରା , ସୁଧାଂଶୁ ମହାପାତ୍ର , ପ୍ରକାଶ ଚନ୍ଦ୍ର ବେହେରା , ରାଜେନ୍ଦ୍ର ନାରାୟଣ ଦାସ , ସଞ୍ଜୀବ ବେହେରା , ଦେବରାଜ ସାମଲ , ରଞ୍ଜନ କୁମାର ତରାଇ ପ୍ରମୁଖଙ୍କ ସହ ଏହି ଅଞ୍ଚଳର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଥିବାର ଜଣା ପଡ଼ିଛି।
1