ଏରସମା, 08/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା: ୦୮.୦୪.୨୦୨୬ ରିଖ :
ଏରସମା ବାର ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଉକ୍ତ ଚୟନ ପ୍ରକିୟାରେ ସଭାପତି ଭାବେ ଆଇନଜୀବୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସ୍ବାଇଁ, ଉପସଭାପତି ଭାବେ ରାଜେନ୍ଦ୍ର ନାରାୟଣ ସାହୁ, ସମ୍ପାଦକ ଭାବେ ମୂରଲୀଧର ମଲ୍ଲିକ, ସହ ସମ୍ପାଦକ ଭାବେ ସୁବୋଧ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ମିତ୍ରଭାନୁ ମଲ୍ଲ, କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ଭୋଳ ଓ ପାଠାଗାର ସମ୍ପାଦକ ବିଦ୍ୟାଧର ମଲ୍ଲିକ ପ୍ରମୁଖ ମନୋନୀତ ହୋଇଥିବ ବେଳେ ହର ପ୍ରସାଦ ଦାସ ଓ ସତ୍ୟବ୍ରତ ମିଶ୍ର କାର୍ଯ୍ୟକାରୀ କମିଟି କୁ ମନୋନୀତ ହୋଇଛନ୍ତି l ଏକ ଭବ୍ୟ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ l କୁଜଙ୍ଗ ବାର୍ ଆସୋସିଏସନ୍ ସହିତ ଏରସମା ବାର୍ ଆସୋସିଏସନ୍ ର ବିକାଶ କରାଯିବ ବୋଲି ଶ୍ରୀଯୁକ୍ତ ବେହେରା ପ୍ରତିଶ୍ରୁତି ଦେଇଥିଲେ l ଉକ୍ତ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ଓକିଲ ସଂଘ ସଭ୍ୟ ପ୍ରଶାନ୍ତ କୁମାର ବାରିକ ଓ ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗଦେଇ ମିଳିମିଶି ଓକିଲ ମାନଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ସୁରେଶ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମିତ୍ରଭାନୁ ମଲ୍ଲ ଧନ୍ୟବାଦ ଦେଇଥିଲେ l