ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି

ରାୟଗଡ଼ା, 09/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଆଜି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟ ସଦଗୁରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୩୨ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦେଣ୍ଟି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପୋଲେଇ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି , ଚାନ୍ଦିଲି ପଞ୍ଚାୟତ ଜେକେପୁର ମଣ୍ଡଳ ର ଯୁବ ନେତା ଶ୍ରୀ ଇଶ୍ଵର ରାଓ ଯୋଗଦେଇ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ସମସ୍ତ ସଭ୍ୟସଭ୍ୟl ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରତାପ ପେଦେଣ୍ଟି ଯୁବକ ମାନଙ୍କୁ ଶେଷରେ ଗୋଟିଏ ବାର୍ଥା ଦେଇଥିଲେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର | ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ | ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ କହିଥିଲେ ।
Article Image
Article Image
Article Image
8