କୁଜଙ୍ଗ , 10/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା: ୦୯.୦୪.୨୦୨୬ ରିଖ :
ପ୍ରସିଦ୍ଧ କୁଜଙ୍ଗ ମହୋତ୍ସବ ବାଣିଜ୍ୟ ମେଳା ରେ ଫ୍ରେଣ୍ଡସ୍ ଫର୍ ଏଭର୍ ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସମସ୍ତ ଦର୍ଶକ ଓ ଆଗନ୍ତୁକ ମାନଙ୍କୁ ମାଗଣରେ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଉଛି l ଏହି କାର୍ଯ୍ୟକ୍ରମ ମହୋତ୍ସବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅନୁଷ୍ଠାନ ର କର୍ମକର୍ତ୍ତା ଦାମୋଦର ସ୍ବାଇଁ ପ୍ରକାଶ କରିଛନ୍ତି l ଉକ୍ତ ଉଦଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ବାର୍ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ମାଗଣା ପାନୀୟ ଜଳ ବିତରଣ କେନ୍ଦ୍ର କୁ ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନୃସିଂହ ଚରଣ ପ୍ରଧାନ, ପ୍ରଣୟ କୁମାର ପରିଜା, ସୁବର୍ଣ୍ଣ ମିଶ୍ର, ଦୀନବନ୍ଧୁ ସେନାପତି, ସରୋଜ କୁମାର ବେହେରା, ହିରଣ୍ୟ ସ୍ବାଇଁ, ରମେଶ ନାୟକ, ବିଭୂତି ମଲ୍ଲ, କୈଳାଶ ମହାପାତ୍ର, ନବକୃଷ୍ଣ ସାହୁ, ସତ୍ୟନାରାୟଣ ଦାସ, ସୁଦର୍ଶନ ସ୍ବାଇଁ ପ୍ରମୁଖ ଏପରି ଜନହିତକର କାର୍ଯ୍ୟରେ ସାମିଲ୍ ହୋଇଥିଲେ l