ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପବିତ୍ର କୁଜଙ୍ଗ ମହୋତ୍ସବ ୨୦୨୬ରେ ସଂସ୍କୃତ ଭବନ ଓ ଷ୍ଟାଡିୟମ ଶିଳାନ୍ୟାସ ଉଦଘାଟିତ।

କୁଜଙ୍ଗ , 10/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ନାରାୟଣ ବିରବର ସାମନ୍ତ ଟ୍ରଷ୍ଟ ଆନୁକୂଲ୍ୟରେ କୁଜଙ୍ଗ ମାଟିର ଅସ୍ମିତା ଓ ଐତିହ ପରମ୍ପରାର ଅନନ୍ୟ ମହାପର୍ବ
Article Image
କୁଜଙ୍ଗ ମହୋତ୍ସବ ୨୦୨୬ ଉଦଘାଟିତ ହୋଇଯାଇଛି, ଏହି ମହୋତ୍ସବକୁ ମୁଖ୍ୟଅତିଥି ଭାବେ,ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନୟନ ଓ ପାନୀୟ ଜଳ , ପଞ୍ଚାୟତ ରାଜ ଓଡିଶା ସରକାର *ରବି ନାରାୟଣ ନାୟକ,* ମୁଖ୍ୟ ବକ୍ତା ଭାବେ ପାରାଦ୍ୱୀପ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଓଡିଶା,ସରକାର *ଶ୍ରୀଯୁକ୍ତ ସମ୍ପଦ ସ୍ୱାଇଁ,* ସମ୍ମାନିତ ଅତିଥି ଭାବେ ମାନ୍ୟବର ଜଗତସିଂହପୁର ସାଂସଦ *ବିଭୁ ପ୍ରସାଦ ତରାଇ,* ଜଗତସିଂହପୁର ଜ଼ିଲ୍ଲାପାଳ ଜେ ସୋନାଲ, ଜଗତସିଂହପୁର ଜ଼ିଲ୍ଲା ଆରିକ୍ଷ ଅଧିକ୍ଷକ ଅଙ୍କିତ ବର୍ମା, କୁଜଙ୍ଗ ମହୋତ୍ସବ କମିଟିର ସଭାପତି ସ୍ୱରୂପ ନନ୍ଦନ ବେହେରା, କୁଜଙ୍ଗ ବି ଡ଼ି ଓ ଦୀପକ ପ୍ରସାଦ ସ୍ୱାଇଁ, ସି ଡ଼ି ଏମ ଓ ଜଗତସିଂହପୁର ରାଜେନ୍ଦ୍ର ପାଣିଗ୍ରାହୀ,ଆଇ ଓ ସି ଏଲ ଅଧିକାରୀ ଧର୍ମେଶ ଚୌଧୁରୀ ଉପସ୍ଥିତ ହୋଇ , ଜଗତସିଂହପୁର ଜ଼ିଲ୍ଲାର କୁଜଙ୍ଗ ଅଞ୍ଚଳର ବନ ବିହାରୀ ହାଇସ୍କୁଲ ପଡିଆରେ ପହଞ୍ଚି ସଂସ୍କୃତଭବନ ଓ ଷ୍ଟାଡିୟମ ଶିଳାନ୍ୟାସ ଉଦଘାଟନ କରିଥିଲେ। ପରେ ଅନୁଷ୍ଠିତ କୁଜଙ୍ଗ ମହୋତ୍ସବକୁ ଅନୁଷ୍ଠାନିକ ଭାବରେ ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଅତିଥି ମାନେ ଏକ କି.ମି ଧରି ବିଶାଳ ଜନ ସମୁଦ୍ର ଗହଣରେ ବିଶାଳ ଶୋଭାଯାତ୍ରାରେ ଆସି କୁଜଙ୍ଗ ମହୋତ୍ସବ ମଞ୍ଚ ନିକଟରେ ପହଞ୍ଚିଥିଲେ। ଏହି ମହୋତ୍ସବରେ ଶହେରୁ ଉର୍ଦ୍ଧ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଷ୍ଟଲ ମାନ ରହିଛି, ଓ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନବୀକରଣ ପାଇଁ ଏମ ଉ ସ୍ଵାକ୍ଷର କରାଯାଇଛି, ଏଥି ସହ କୁଜଙ୍ଗ ଓ ତାର ଆଖ ପାଖ ଅଞ୍ଚଳର ଶତାଧିକ ଲୋକ ମାନେ ଉପସ୍ଥିତ ରହି ମହୋତ୍ସବର ମଜା ନେଇଥିଲେ । ଆଇନ ଶୃଙ୍ଖଲା ଠାରୁ ଆରମ୍ଭ କରି ଶାନ୍ତି ଶୃଙ୍ଖଳା ବଜ଼ାଇ ରଖିଥିଲେ, ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସଂଗୀତ ତରକା ଅସୀମା ପଣ୍ଡା, ସିନେ ତାରକା ଏଲିନା ସାମନ୍ତରାୟ ଉପସ୍ଥିତ ରହି ଲୋକମାନଙ୍କ ମନୋରଞ୍ଜନ କରିଥିଲେ। ଏହି ନାରାୟଣ ବୀରବର ସାମନ୍ତଙ୍କ ଆନୁକୂଲ୍ୟରେ ଆୟୋଜିତ କୁଜଙ୍ଗ ମହୋତ୍ସବର ପ୍ରଥମ ସନ୍ଧ୍ୟାଟି ଖୁବ୍ ଆନନ୍ଦ ଦାୟକ ଏବଂ ମୋନୋରମ ଥିଲା।
Article Image
Article Image
5