ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପେଶାରେ ଜଣେ ଫୋଟୋଗ୍ରାଫର, ହେଲେ ନିଶା ଜଣେ ଅଭିନେତା

ଏରସମା, 10/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ,ନିଖୁଣ ଅଭିନୟ ଚମତ୍କର ଡ଼ାଏଲଗ ସାଙ୍ଗକୁ ନିଜ କଳାର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବ କଳାକାରଟିଏ l ସେ ହେଉଛନ୍ତି ଜଗତସିଂପୁର ଜିଲ୍ଲା ଏରସମା ବ୍ଲକ ନୂଆଗାଁ ଗ୍ରାମର ଚକ୍ରଧର ମହାନ୍ତିଙ୍କ ପୁଅ ପୁଅ ବଳରାମ ମହାନ୍ତି l
Article Image
୩୦ ବର୍ଷୀୟ ବଳରାମ ଜଣେ ଭଲ ଫୋଟୋଗ୍ରାଫି କରନ୍ତି ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ କଳା ପ୍ରତି ଏତେ ଦୁର୍ବଳତା ଆସିଲା କେମିତି ଓ ନିଜ ବି ଜଣେ ଭଲ ଉପସ୍ଥାପକ l ୧୦ ବର୍ଷ ଧରି ନିଜ ଷ୍ଟୁଡିଓ ବା ନିଜ ଫୋଟୋଗ୍ରାଫିରେ କାର୍ଯ୍ୟରିତ ରହି ବେଶ ପରିଚିତ l ସେ ମଧ୍ୟ ଦୁଇ ୩ ଟି ଆଲବମ ବି କରିସାରିଛନ୍ତି l ନିଜ କାମରେ ବେସ୍ତ ରହିବା ବେଳେ ପିଲଟୁ ଦିନରୁ କଳା ପ୍ରତି ଦୁର୍ବଳତା ରହିଆସିଛି l ତାଙ୍କ ବାପା ଜଣେ ଭଲ ମଣିଷ ବୋଲି ଗାଁରେ ପରିଚିତ l
Article Image
ପ୍ରଥମେ ସିଏ ଡାନ୍ସ ରୁ ତାଙ୍କର କ୍ୟାରିୟର ଷ୍ଟାର୍ଟ କରିଥିଲେ କିଛି ଦିନ ଡାନ୍ସ କରିବା ପରେ ଯାତ୍ରା ପାର୍ଟିରୁ ତାଙ୍କ ପାଇଁ ଅଫର୍ ଆସିଥିଲା ତା ପରେ ଯାତ୍ରାରେ ପାଦ ଦେଇଥିଲେ ଡାନ୍ସ କରୁ କରୁ ଯାତ୍ରାରେ ଉପସ୍ଥାପକ ଭାବେ ତାଙ୍କୁ ସୁଯୋଗ ମିଳିଥିଲା ପ୍ରଥମେ ସିଏ ଯାତ୍ରା ପ୍ରେମ ମନ୍ଦିର, ଯାତ୍ରା ସାଇଶ୍ରି, ଯାତ୍ରା ଶକ୍ତିମୟୀ, ଓ ଯାତ୍ରା ଧଉଳି ବି ନିଜର କଳା ଦେଖେଇଆସିଛନ୍ତି କିନ୍ତୁ ତାଙ୍କୁ ଯାତ୍ରା ଶକ୍ତିମୟୀ ରେ ୨ ଟି ନାଟକରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା l ତା ପରେ ସିଏ ଯାତ୍ରାରୁ ଦୂରେଇ ଆସିଥିଲେ ନିଜର ଷ୍ଟୁଡିଓ କରିବା ସହ ଆଖ ପାଖ ଅଞ୍ଚଳରେ ନିଯ କଳାକୁ ସିଏ ଦର୍ଶକଙ୍କ ପାଖରେ ବେଶ ଭଲ ଭାବରେ ପାହଞ୍ଚେଇପରିଥିଲେ l ଗୁରୁ ଶ୍ରୀ ରଞ୍ଜନ କୁମାର ବର୍ଦ୍ଧନ ମଧ୍ୟ ତାଙ୍କୁ ଜଣେ ଭଲ କଳାକାର ବୋଲି ଗଢ଼ିପାରିଛନ୍ତି ବୋଲି ସେ କୁହନ୍ତି ଆଜି ଯଦି ମୁଁ ଜଣେ କଳାକାର ହେଇ ପାରିଛି ମୋ ଗୁରୁ ରଞ୍ଜନ ସାରେଙ୍କ ପାଇଁ ତାଙ୍କ ପାଖରେ ମୁଁ ସବୁବେଳେ ଚିରରୁଣି ହେଇ ରହିବି l ଅନେକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତାରେ ମଧ୍ୟ ସିଏ ଶ୍ରେଷ୍ଟ ଉପସ୍ତାପକ ଭାବେ ପୁରସ୍କୃତ ହେଇଛନ୍ତି l ଏବେ ନୂଆଗାଁ ରେ ସିଏ ଜଣେ ଭଲ କଳାକାର ବୋଲି ତାଙ୍କ ଗାଁ ଲୋକ ମାନେ ଯଦି ତାଙ୍କ ଗାଁରେ ନାଟକ ପରେ ଆଲୋଚନା ହୁଏ ବଳରାମ ଆମ ଗାଁର ଗର୍ବ ସିଏ ଜଣେ ଭଲ କଳାକାର ବହୁତ୍ ଆଗକୁ ଯିବ l ସିଏ କରିଥିବା ନାଟକ ଯାତ୍ରା ଶକ୍ତିମୟୀରେ ତତେ ସତରକୁ ମତେ ଅଠର, କାନ୍ଦିବାକୁ ଏଠି ଲୁହ ନାହିଁ, ଓ ପରେ ଗାଁ ଡ୍ରାମାରେ ଅଭିନୟ କରିଥିବା ନାଟକ ଆଖି ଅବୁଝାକୁ ଲୁହ ଅବୁଝା, ବଇନା ଦେଇଛି ବାହା ହେବାକୁ, ଗୁପ୍ତ ସମ୍ପ୍ରକ୍, କିଏ ପୋଛିଦେବ ମୋ ଆଖିର ଲୁହ, ସବୁକିଣା ଏଠି ଲୁହ ମାଗଣା, ହା କୁର୍ଷ୍ଣ ବୋଲି ଯାଉ ଯିବ, ଆସିଛି ଏକା ଯିବି ମୁଁ ଏକା ଓ ତୁ ମୋ ବଜରଙ୍ଗୀ ଏମିତି ନାଟକ କିଛି ସେ ୨୦୨୬ ରୁ କଳା ପ୍ରତି ଏତେ ଭଲପାଇବା ବା ଦୁର୍ବଳତା ଆସିଲା ଘରେ ମିଛ କହିକି ଯାତ୍ରାକୁ ଚାଲିଯାଇଥିଲେ l ଖୁସି ଲାଗୁଛି ଏବେ ଜଣେ ଭଲ କଳାକାର ହେଇ ଆମ ମାନଙ୍କ ପାଖେରେ l ଏବଂ ଗଞ୍ଜାମ ଦଣ୍ଡ ନାଚରେ ବି ସେ ବେଶ ନିଜ କଳାକୁ ଦର୍ଶକଙ୍କ ପାଖରେ ପହଞ୍ଚିପାରୁଛନ୍ତି l ଅଭିନୟ ପାଇଁ ରୁଚି ରଖୁଥିବା ଆଜିର ବଳରାମ ପ୍ରେରଣା l
4