ଏରସମା, 07/02/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାନ ଚାଷୀ ଏକତା ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିତୁଠ, ବାମଦେଇପୁର, ନୂଆଗାଁ, ଗଡ଼କୁଜଙ୍ଗ, ଢ଼ିଙ୍କିଆ ଓ କୁଞ୍ଜକୋଠି ପଞ୍ଚାୟତକୁ ନେଇ ଗଠିତ ହୋଇଛି ପାନ ଚାଷୀ ଏକତା ମଞ୍ଚ। ପାନ ଚାଷୀ ଏକତା ମଞ୍ଚ ପକ୍ଷରୁ ଆଜି ସନ୍ଧ୍ୟାରେ ବାଲିତୁଠ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଚାଷୀ ଦୁର୍ଯ୍ୟଧନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମୀ ୧୧ତାରିଖରେ କାକଟପୁରର ଗୁଣ୍ଡୁରୀ ହାଟ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ରାଜ୍ୟ ସ୍ଥରୀୟ ପାନ ଚାଷୀ ସମ୍ମେଳନରେ ଯୋଗଦେବା ପାଇଁ ପ୍ରତି ପଞ୍ଚାୟତରୁ ୧୦ଜଣ ଲେଖାଏଁ ପାନଚାଷୀ ଯୋଗଦେବାକୁ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାନ ଚାଷୀ ବୁଲୁ ବେଉରା, ମହେନ୍ଦ୍ର ଜେନା, ଭରତ ସାମଲ, ନଟବର ସାମଲ, ଧୀରେନ୍ଦ୍ର ସ୍ୱାଇଁ, ରଙ୍ଗାଧର ମହାପାତ୍ର, ମଧୁସୂଦନ ବେଜ, ଧନେଶ୍ୱର ସାହୁ, ଗୌରାଙ୍ଗ ବାରିକ ,ନାରାୟଣ ବିଶ୍ୱାଳ ,ଲକ୍ଷିଧର ନାୟକ ,ନାରାୟଣ ପାତ୍ର ,ରମାକାନ୍ତ ପ୍ରଧାନ, ଧୀରେନ୍ଦ୍ର ମହାନ୍ତି, ଜଗନ୍ନାଥ ବାରିକ, ବାସୁଦେବ ଖଣ୍ଡୁଆଳ, ସୁଶାନ୍ତ ସ୍ଵାଇଁ, ବାବାଜୀ ଖଟୁଆ, ଗଣେଷ ଦାସ, କାଳନ୍ଦି ମହାରଣା, ଅମୂଲ୍ୟ ମହାପାତ୍ର, ପ୍ରସନ୍ନ ସ୍ଵାଇଁ, ରମେଶ ସ୍ଵାଇଁ, ବୈଷ୍ଣବ ସ୍ଵାଇଁ, ଅରକ୍ଷୀତ ଦାସ, ପ୍ରଫୁଲ୍ଲ ନାୟକ, ବିଷ୍ଣୁ ଦାସ, ଫଗୁ ଚରଣ ନାୟକ, ନବକିଶୋର ସ୍ଵାଇଁ, ରବିନ୍ଦ୍ର ଦାସ ଓ ଶରତ ମହାପାତ୍ର ପ୍ରମୁଖ ଯୋଗଦେଇ ପାନ ଚାଷୀଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ।