ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଭାମଶ୍ୟାଳି ପଞ୍ଚାୟତରେ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ

ବୁଗୁଡ଼ା, 10/04/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଭାମଶ୍ୟାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନେ ଏପ୍ରିଲ ୧୦ ଠାରୁ ୧୫ ରିଖ ପର୍ଯ୍ୟନ୍ତ ଭାମଶ୍ୟାଳି ଗ୍ରାମପଞ୍ଚାୟତର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ସହଯୋଗରେ ଅନୁଧ୍ୟାନ କରି ବିବରଣୀ ପ୍ରସ୍ତୁତ କରିବେ । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ବାବଧାନରେ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ପ୍ରଥମ ଦିନର କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ଯକ୍ଷତା କରିଥିଲେ । ଅତିଥି ଭାବେ ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ବିଶ୍ବାଳ, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ସଂଧ୍ୟାରାଣୀ ସାହୁ ଓ ଯୋଗାଣ ସହାୟକ ମିଥୁନ ବିଶ୍ବାଳ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରିବାକୁ ସରପଞ୍ଚ ଶ୍ରୀ ବିଶ୍ବାଳ ଓ ଯୋଗାଣ ସହାୟକ ମିଥୁନ ବିଶ୍ବାଳ ନିର୍ଭର ପ୍ରତିଶୃତି ଦେଇଥିଲେ।ଶେଷରେ ଛାତ୍ର ଶୁଭମ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ।
7