ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ।

ରାୟଗଡ଼ା, 11/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ରାୟଗଡ଼ ଜିଲ୍ଲା ଟିକିରି ଠାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୨୫ ବର୍ଷ ପୂର୍ତ୍ତି ଅବସରରେ ୯ ଓ ୧୦ ତାରିଖ ଦୁଇଦିନ ଧରି ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ପର୍ଯ୍ୟାୟରେ ଅତିଥି ରୂପେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠ ମାଝୀ, ବକ୍ତା ରୂପେ ଆଦିବାସୀ ସଂଘ ସଭାପତି ଶିବ ମାଝୀ ସନ୍ଧ୍ୟା ଅଧିବେଶନ ରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ର ସାଧାରଣ ସମ୍ପାଦକ କାଳିରାମ ମାଝୀ,ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର ମୋହନ ନାଏକ, ଅନ୍ୟତମ ଅତିଥି ରୂପେ ପ୍ରାକ୍ତନ କୃଷି ଅଧିକାରୀ ଭାସ୍କର ପଣ୍ଡା,ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ସଂଯୋଜକ ପ୍ରଭାତ କୁମାର ମହାପାତ୍ର ଦ୍ବିତୀୟ ଦିନର ପ୍ରଥମ ପର୍ଯ୍ୟାୟରେ ଅତିଥି ରୂପେ ଉତ୍କଳ ଆଲୁମିନା ପ୍ରକଳ୍ପ ମୁଖ୍ୟ ରବି ନାରାୟଣ ମିଶ୍ର, ସିଏସ୍ଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ସତ୍ୟଭାମା ନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ,ଟିକିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ମାଝି ଏବଂ ବକ୍ତା ରୂପେ ଶିକ୍ଷକ ଗଣେଶ ମାଳି ,ସନ୍ଧ୍ୟା ଅଧିବେଶନ ରେ ଅତିଥି ରୂପେ ରାୟଗଡ଼ ସଂଙ୍କୁଳ ପ୍ରମୁଖ ରମେଶ ଚନ୍ଦ୍ର ଜେନା, ବକ୍ତା ରୂପେ ଦକ୍ଷିଣ ସମ୍ଭାଗ ର ସଭାପତି ରୂପ‌ସିଂ ରାଉତ ଯୋଗଦେଇ ରଜତ ଜୟନ୍ତୀ ଉତ୍ସବ ର ଆଭିମୁଖ୍ୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଶିକ୍ଷା ଓ ଲକ୍ଷ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଇଁ ଭୂମି ଦାନ କରିଥିବା ସ୍ବର୍ଗତ ପିତାମ୍ବର ସାହୁ ଏବଂ ଶିଶୁ ବିଦ୍ୟାମନ୍ଦିର ଗଠନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭରତ ଚନ୍ଦ୍ର ଗୁରୁ ଙ୍କ‌ ପରିବାର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପିତାମ୍ବର ସାହୁ ଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ଭରତ କୁମାର ଗୁରୁ ଙ୍କ‌ ପରିବାର ଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଏବଂ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦିବଙ୍ଗତ ଭରତ କୁମାର ଗୁରୁ, ପିତାମ୍ବର ସାହୁ ପ୍ରମୋଦ କୁମାର ତ୍ରିପାଠୀ , ପ୍ର. ଆଚାର୍ଯ୍ୟ ବିକ୍ରମ ପ୍ରଧାନ , ସୁଜାତା ସାହୁ ,ଦୁଇଦିନ ଧରି ଅନୁଷ୍ଠିତ ରଜତ ଜୟନ୍ତୀ ଉତ୍ସବ ରେ କୃଷି ଅଧିକାରୀ ତଥା ଲେଖକ ନିରଞ୍ଜନ ନାୟକ ମଞ୍ଚ ସଂଯୋଜନା କରିଥିବା ବେଳେ ପରିଚାଳନା କମିଟି ର ସଭାପତି ସରୋଜିନୀ ନନ୍ଦ, ସମ୍ପାଦକ ପଦ୍ମନାଭ ମହାନ୍ତି, ଯୁଗ୍ମ ସମ୍ପାଦକ ସୁଜିତ କୁମାର ନାୟକ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସୁତାର,ସଦସ୍ୟ ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପରିଚାଳନା କମିଟି ଏବଂ ପ୍ରଧାନ ଆଚାର୍ଯ୍ୟ ପୁଷ୍ପକେତୁ ସାହୁ ଙ୍କ ଦ୍ଵାରା ଆହୂତ କାର୍ଯ୍ୟକ୍ରମରେ ସଂଙ୍କୁଳ ପ୍ରମୁଖ, ପ୍ରଧାନ ଆଚାର୍ଯ୍ୟ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ,ପୂର୍ବତନ ପରିଚାଳନା କମିଟି, ଗୁରୁଜୀ ଗୁରୁମା, ସେବକ ସେବିକା ପୂର୍ବତନ ଛାତ୍ରଛାତ୍ରୀ, ଶିଶୁ ବିଦ୍ୟା ମନ୍ଦିର ପାଇଁ ସମର୍ପିତ ବ୍ୟକ୍ତିତ୍ୱ, ସାମ୍ବାଦିକ, ଗାଁ ପ୍ରତିଭା , ନାରୀ ସଂଙ୍ଗଠନ ଶକ୍ତି ବାହିନୀ, ମାତୃ ମଣ୍ଡଳୀ ଏବଂ ବର୍ତ୍ତମାନ କାର୍ଯ୍ୟରତ ଗୁରୁଜୀ ଏବଂ ଗୁରୁମା ,ସେବକ ସେବିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ କମିଟି କାର୍ଯ୍ୟକର୍ତ୍ତା, ଗୁରୁଜୀ ଗୁରୁମା,ସେବକ ସେବିକା ଏବଂ ଗ୍ରାମ ବାସୀ ସହଯୋଗ କରିଥିଲେ।
Article Image
Article Image
10