ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଘରୋଇ ହୋମିଓପ୍ୟାଥିକ ଚିକିତ୍ସିକ ସଂଘର ବାର୍ଷିକ ଉତ୍ସବ ଏବଂ ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳିତ

କଟକ, 11/04/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
,ତା ୧୧/୪/୨୬ ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର ୧୧ ତମ ବାର୍ଷିକ ସମ୍ମିଳନୀ ଓ ହୋମିଓପ୍ୟାଥିକର ଜନକ ଡା ସି, ଏଫ୍ ,ଏସ, ହ୍ୟାନିମ୍ୟାନଙ୍କ ପବିତ୍ର ଜନ୍ମ ଜୟନ୍ତୀ ତଥା ବିଶ୍ଵ ହୋମିଓପ୍ୟାଥିକ ଦିବସ କଟକ ସ୍ଥିତ ସହିଦ୍ ଭବନ ଠାରେ ପାଳିତ ହୋଇଯାଇଛି।ସଂଘର ରାଜ୍ୟ ସଭାପତି ଡ଼ା ଅଟଳ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ସମ୍ମାନୀୟ କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସିଂହ ତାଙ୍କ ବକ୍ତବ୍ୟରେ ଆଜିର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହୋମିଓପ୍ୟାଥିକର ଆବଶ୍ୟକତା ଏବଂ ଉପା ଦେୟତା ସଂପର୍କରେ କହିଥିଲେ। ସଂଘର ଚିକିତ୍ସକ ମାନେ ସେବା ମନୋଭାବର ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବାରୁ ସଂଘର ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସଂଘର ଦାବି ନଂ ୧, ସରକାର ଲିଷ୍ଟେଡ୍ ମାନ୍ୟତା ପୁନଃ ପ୍ରଚଳନ,ନଂ ୨, ସଂଘର ସଭ୍ୟସଭ୍ୟାଙ୍କୁ ଆରୋଗ୍ୟ ମନ୍ଦିରରେ ଅବୈତନିକ ଚିକିତ୍ସକ ଭାବେ ସ୍ୱୀକୃତି ପ୍ରଦାନ କରିବା ପ୍ରଭୃତି ଦାବି ଯଥାର୍ଥ ବୋଲି କହିଥିଲେ।ଅନ୍ୟତମ ଅତିଥି ଡା ବିକାଶ ପ୍ରସାଦ ହୋମିଓପ୍ୟାଥିକ ଚିକିତ୍ସା ସଂମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ ସଂଘର ଉଦ୍ୟମକୁ ପ୍ରଶଂସା କରିଥିଲେ। ସଂଘର ସଭାପତି ଡ଼ା ଦାସ ସଂଘ କିପରି ଅଧିକରୁ ଅଧିକ ନୂତନ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ସହ ଏକଜୁଟ ହୋଇ ସରକାରଙ୍କ ସହ ଦାବୀ ସଂପର୍କରେ ସମସ୍ତ ଚିକିତ୍ସକ ମାନେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ଏବଂ ଔଷଧ କଂପାନୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀରେ ସଂଘର ଉପ ସଭାପତି ଡ଼ା ରଞ୍ଜନ କୁମାର ଚୌଧୁରୀ ରାଜ୍ୟ ସଂପାଦକ ଡ଼ା ମଦନ ମୋହନ ପାତ୍ର,ଡ଼ା ନାରାୟଣ ମୁଦୁଲି,ଡ଼ା ରଞ୍ଜନ କୁମାର ସିଂହ,ଡ଼ା ଧନେଶ୍ୱର ମହାପାତ୍ର,ଡ଼ା ମୁଜାହଦ ଅହମ୍ମଦ ଖାଁ,ଡ଼ା ବିଜୟ କୁମାର ନାୟକ,ଡ଼ା ଦିଲୀପ କୁମାର ନାୟକ,ଡ଼ା, ସୀମାଞ୍ଚଳ ମହାପାତ୍ର,ଡ଼ା ପରେଶ ଚନ୍ଦ୍ର ସିଂହ,ଡ଼ା ନିରଞ୍ଜନ ମିଶ୍ର ,ଡ଼ା ସୁବଳ ରାଉତ,ଡ଼ା ଇଶାନୀ ବେହେରା, ଡ଼ା ପ୍ରମୋଦ କାହାଳ ସିଂହ, ଡ଼ା ଅଲେଖ ବେହେରା,ଡ଼ା ବିନୋଦ ବିହାରୀ ଦାସ, ଡ଼ା ଭାସ୍କର ନନ୍ଦ,ଡ଼ା ରାମଚନ୍ଦ୍ର ଦାଶ,ଡ଼ା ବିରେନ ମହାନ୍ତି ସଭା ପରିଚାଳନା କରିଥିଲେ।ଡ଼ା ରବିନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।
8