ଏରସମା, 11/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ପଞ୍ଚାୟତର ବରଗୁଡ଼ିପଡ଼ା ଗ୍ରାମର ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ନିତ୍ୟାନନ୍ଦ ମାଦେଳିଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଶ୍ରୀ ମାଦେଳି ଙ୍କ ଜୀବନ ସଫଳତାର ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଜଣେ ସ୍ନେହୀ, ସମୟାନୁବର୍ତ୍ତୀ, ପରୋପକାରୀ ମଣିଷ ଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ଉପ ସଭାପତି ନରେଶ ଚନ୍ଦ୍ର ଦାସ, ବୀରବର ଦାସ, ହରିଶପୁର ଯାଦବ ସମିତିର ସଭାପତି ଅଜୟ କୁମାର ଦାସ, ହରିଶପୁର ଯାଦବ ସମିତିର ପୂର୍ବତନ ସଭାପତି ବାଇଧର ପ୍ରଧାନ, ରବୀନ୍ଦ୍ର କୁମାର ଦାସ, ଆଇନଜୀବୀ ଡ଼ ବୀର ନାରାୟଣ ପାତ୍ର, ବସନ୍ତ କୁମାର ଦାସ, ପାର୍ଥ ସାରଥୀ ମାଦେଳି, ବୀରବର ମାଦେଳି, ହେମନ୍ତ କୁମାର ଦାସ, ବିନାୟକ ଦାସ, ବାବାଜୀ ଦାସ, କବିତା ଦାସ, ବିଶ୍ୱରୂପା ଦାସ ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ଶ୍ରୀ ମାଦେଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
