ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କ୍ଷୀର ଡବାରେ ମଦ ବିକ୍ରି,ଧରିଲା ଏରସମା ପୁଲିସ

ଏରସମା, 12/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଦିନକୁ ଦିନ ଏରସମା ଥାନା ଅଂଚଳରେ ଚୋରା ମଦ ବିକ୍ରି ବଢିବାରେ ଲାଗିଛି। ଚୋରା ବେପାରିମାନେ ନୂତନ କୌଶଳ ଅବଲମ୍ବନ କରି ମଦ ବେପାର ଚଳାଉଛନ୍ତି।ଶନିବାର ପୂର୍ବାହ୍ନରେ କାଙ୍କଣ ବଜାରରେ ଚୋରା ମଦ ବେପାର ଚାଲିଥିବାର କୈାଣସି ସୂତ୍ରରୁ ଖବର ପାଇ ପାଟ୍ରୋଲିଂରେ ଥିବା ପୁଲିସ ଟିମ୍ ହଠାତ୍ ଚଢାଉ କରିଥିଲା।ପ୍ଲାଷ୍ଟିକ ଜାରରେ ମଦ ବୋତଲ ରଖି ଖିର ବିକ୍ରି କରୁଥିବାର ଅଭିନୟ କରି ମଦ ବିକ୍ରି କରୁଥିବା ବେଳେ କାଙ୍କଣ ଗ୍ରାମର ରତନ ଦାସ ( ୪୬)କୁ ପୁଲିସ ମାଡି ବସିଥିଲା।ତା'ଠାରୁ ୩୦ ଟି ବିଅର ଓ ୨୪ ଟି ନିବ୍ ସହିତ ସର୍ବମୋଟ ୨୩ - ୮୨୦ ଲିଟର ଚୋରା ବିଦେଶୀ ମଦ ଏବଂ ଏକ ନମ୍ବର ପ୍ଲେଟ୍ ନଥିବା ସିଡି ଡିଲକ୍ସ ମଟର ସାଇକେଲ ଜବତ କରାଯାଇଛି।ଏ ସମ୍ପର୍କରେ ଏରସମା ଥାନା ନୂତନ ଭାରପ୍ରାପ୍ତ ଅଧିକାରୀ ପାର୍ଥ ପ୍ରତିମ ବେଉରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।ତେବେ ଅଭିଯୁକ୍ତକୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡିଛି।
Article Image
13