ଏରସମା, 07/02/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ନୂଆଗାଁ ପଞ୍ଚାୟତ ରେ ଦାନା ବନ୍ଧୁଛି ଜନ ଆନ୍ଦୋଳନ।କମ୍ପାନୀ ମନ ମାନି ବିରୁଦ୍ଧରେ ପ୍ରତିବାଦର ସ୍ବର ଉଠିଛି ଢ଼ିଙ୍କିଆ ଚାରିଦେଶର ନୂଆଗାଁରେ ।ଯୁବ ନେତୃତ୍ୱ ସ୍ମୃତି ମନ୍ତ୍ରୀଙ୍କ ଆବାହକ ରେ ଶୁକ୍ରବାର ପୂର୍ବାନ୍ନ ରେ ନୂଆଗାଁ ସିଦ୍ଧ ଗୁମ୍ଫା ଆଶ୍ରମ ପ୍ରାଙ୍ଗଣରେ ନୂଆଗାଁ ପଞ୍ଚାୟତ ବାସୀ ଙ୍କର ଏକ ଜରୁରୀ ବୈଠକ ବସିଥିଲା ।ଅଵସର ପ୍ରାପ୍ତ ଶିକ୍ଷକ ବିଚିତ୍ରା ନନ୍ଦ ମନ୍ତ୍ରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜରୁରୀ ବୈଠକରେ ନୂଆଗାଁର ସମସ୍ତ ଅଧିବାସୀ ଉପସ୍ଥିତ ଥିଲାବେଳେ ପଞ୍ଚାୟତ ର ବିକାଶ,ବିଭିନ୍ନ ସମସ୍ୟା ଉପରେ ବିଷଦ ଆଲୋଚନା କରାଯାଇଥିଲା ।

ଢ଼ିଙ୍କିଆ ଚାରିଦେଶ ରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ରେ ଅଞ୍ଚଳ ବାସୀଙ୍କ ଜୀବନ ଜୀବିକା ,କ୍ଷତିପୂରଣ, ନିଯୁକ୍ତି ଓ କେତେ ଜଙ୍ଗଲ ଜମି ହସ୍ତାନ୍ତର କରାଯାଇଛି ସେ ସମ୍ପର୍କରେ ସାଧାରଣ ଲୋକ ଅଜ୍ଞ ଥିବା ନେଇ ସାଧାରଣରେ ଅଭିଯୋଗ ହୋଇଥିଲା ।ସରକାର ଙ୍କ ନିକଟରେ ସାଧାରଣ ଲୋକଙ୍କ ସମସ୍ୟା ପହଞ୍ଚି ପାରୁ ନଥିବା ହେଇ ନେତୃତ୍ୱ ମାନେ କହିଥିବା ବେଳେ ସରକାର ଙ୍କ ବିସ୍ଥାପନ ଥଇଥାନ ନୀତି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ଲୋକମାନେ ଅଭିଯୋଗ କରିଥିଲେ ।ସରକାରୀ ସ୍ତରରେ ଆର ପିଡିଏସି ବୈଠକ ଡକା ନ ଯାଇ ପ୍ରଶାସନ,କମ୍ପାନୀ କତ୍ତୃପକ୍ଷ ମନ ମାନି ଭାବେ ଜୋର ଜବରଦସ୍ତ ଜଙ୍ଗଲ କାଟିବା, ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରଖିଥିବା ଲୋକ ମାନେ ଅଭିଯୋଗ କରିଥିଲେ ।ଢ଼ିଙ୍କିଆ ଚାରିଦେଶର ଅଧିବାସୀ ଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଏକ ପ୍ରତିନିଧି ମଣ୍ଡଳୀ ସରକାର ଓ ପ୍ରଶାସନ ର ଦ୍ଵାରାସ୍ତ ହେବ ବୋଲି ନେତୃତ୍ୱ ମାନେ କହିଛନ୍ତି ।
ସୂଚନା ଥାଉକି ଢ଼ିଙ୍କିଆ ଚାରିଦେଶ ରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ କୁ ନେଇ ଢ଼ିଙ୍କିଆ ରେ ଅସନ୍ତୋଷ ରହିଥିବା ବେଳେ ନୂଆଗାଁ ପଞ୍ଚାୟତ ର ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଥିବା ଉକ୍ତ ବୈଠକ ରୁ ପରିଲିଖିତ ହେଉଛି ।ନୂଆଗାଁ ପଂଚାୟତ ର ଗ୍ରୁପ ମୁରବି ମାନେ ଲୋକଙ୍କ ସମସ୍ୟା ଉପସ୍ଥାପନା କରିଥିବା ବେଳେ ଆଗାମୀ ଦିନରେ ସରକାର ଙ୍କ ନିଦ ଯଦି ନ ଭାଙ୍ଗେ ନୂଆଗାଁ ରୁ ପୁଣି ଶିଳ୍ପ ବିରୁଦ୍ଧରେ ସ୍ୱର ଉଠିବ ବୋଲି ମୁରବି ମାନେ ଚେତାବନୀ ଦେଇଛନ୍ତି ।ଏହି ବୈଠକରେ ଅସିତ ସ୍ୱlଇଁ, ବିଜୟ ନାୟକ,ମଙ୍ଗୁଳି ପ୍ରଧାନ,ବିକାଶ ପଲେଇ,କ୍ଷେତ୍ରମୋହନ ସାହୁ,ତୀର୍ଥରାଜ ମନ୍ତ୍ରୀ, ଅବନୀ ଭୂୟାଁ,ନନ୍ଦ କିଶୋର ସ୍ୱାଇଁ,ବସନ୍ତ ରାଉତ,ପ୍ରେମାନନ୍ଦ ଦାସ,ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ପଞ୍ଚାୟତ ର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ।