ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେଣ୍ଟ ଜାଭିୟର୍ସ ଇଣ୍ଟର ନ୍ୟାସନାଲ ପ୍ଲେ ସ୍କୁଲର ଅଷ୍ଟାଦଶ ବାର୍ଷିକ ଉତ୍ସବ *ମୋବାଇଲ୍ ନୁହେଁ ମଇଦାନ ମୁହାଁ ହୁଅନ୍ତୁ ବିଦ୍ୟାର୍ଥୀ*

କୁଜଙ୍ଗ , 12/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
୧୧/୪/୨୦୨୬ କୁଜଙ୍ଗ ସେଣ୍ଟ ଜାଭିୟର୍ସ ଇଣ୍ଟର ନ୍ୟାସନାଲ ପ୍ଲେ ସ୍କୁଲର ଅଷ୍ଟାଦଶ ବାର୍ଷିକ ଉତ୍ସବ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ୍ ଅଧ୍ୟକ୍ଷ ସୁଧାକର ବିଶ୍ବାଳଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷୟତ୍ରୀ ସୌଭାଗିନି ରାୟ ଶୃଙ୍ଖଳା, ଶ୍ରମ ଧର୍ଯ୍ୟ ହି ସଫଳତା ର ଚାବି କାଠି। ଆଗରୁ ମୂରବୀ ଙ୍କ ହାତରେ ଟିଭି ସୁଇଛ ରହୁଥିଲା କିନ୍ତୁ ଆଜି ପିଲାଙ୍କ ହାତରେ ମୋବାଇଲ ଓ ରିମୋଟ। ପିଲା ମୋବାଇଲ ଅପେକ୍ଷା ମଇଦାନ କୁ ଯାଉ , ଗପ ପଢ଼ୁ ଏହା ବଡଙ୍କୁ ଦେଖି ପିଲା ଶିଖେ। ମାତା ହିଁ ପିଲାଙ୍କ ପ୍ରଥମ ଗୁରୁ। ମା ପରି ନିଜର, ପିତା ପରି ଉତ୍ତମ ବନ୍ଧୁ, ଗୀତା ଶ୍ରେଷ୍ଟ ଶାସ୍ତ୍ର ଆଉ ପୃଥିବୀ ରେ କିଛି ନାହିଁ। ହଲ୍ଲାଦଙ୍କ ସଫଳତା ତାଙ୍କ ମାଙ୍କ ସଂସ୍କାର ପ୍ରମୁଖ କାରଣ। ତେଣୁ ଆଜି ସଂସ୍କାର ସବୁଠି ହଜି ଯାଇଛି। ଘରେ କି ସ୍କୁଲ୍ ରେ ମହୋଲ୍ ନାହିଁ। ମାହୋଲ ରୁ ମଣିଷ ଶିଖେ।
Article Image
ମୁଖ୍ୟ ବକ୍ତା ରୂପେ କୁଜଙ୍ଗ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା।।
Article Image
କୁଜଙ୍ଗ ରେ ସ୍ୱଳ୍ପ ଖର୍ଚ୍ଚ ରେ ଏପରି ଏକ ସ୍କୁଲ୍ ଯୋଗାଉ ଦେଇ ପ୍ରତିକୂଳ ପରିସ୍ଥିତିରେ ଦୀର୍ଘ ୧୮ ବର୍ଷ ଧରି ଯେଉଁ ସେବା ପ୍ରଦାନ କରି ଆସୁଛନ୍ତି ତାହା ପ୍ରଶଂସନୀୟ। ପ୍ରାରମ୍ଭ ରେ ଶିକ୍ଷାବିତ୍ ଡ଼ଃ ଗଙ୍ଗାଧର ସାମନ୍ତରାୟ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ସମ୍ମାନୀତ ଅତିଥି ରୂପେ ବ୍ରହ୍ମ ଜଗନ୍ନାଥ ମିଶନର ପ୍ରମୁଖ କ୍ୟାପଟେନ୍ ସଞ୍ଜୀବ କୁମାର ମୁଦୁଲି, ଅଧ୍ୟାପିକା ଡକ୍ଟର ରୋଜାଲିନ ଜେନା, ସ୍କୁଲ ପ୍ରତିଷ୍ଠାତା ଡ଼ଃ ରଘୁ ସାହୁ, କୁଜଙ୍ଗ ନାସନାଲ ସ୍କୁଲ୍ ଅଧ୍ୟକ୍ଷା ପ୍ରମିଳା ନନ୍ଦ ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ପିଲା ମାନଙ୍କୁ ଉତ୍ସାହିତ କରିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସେଣ୍ଟ ଜାଭିୟର ଇଣ୍ଟର ନାସନାଲ ସ୍କୁଲର ବରିଷ୍ଠ ଶିକ୍ଷକ ରତି ରଞ୍ଜନ ମହାନ୍ତି, ସୁଭଦ୍ରା ମହାପାତ୍ର, ସରୋଜିନୀ ସାହୁ, ସୁଚିସ୍ମିତା ମହାପାତ୍ର, ରୋଜାଲିନ ଦାସ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉତ୍ସବ ପରିଚାଳନା ସହଯୋଗ କରିଥିଲେ। ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଶେଷରେ ଜେସି କରନି ଏସି ଭରନି ଓ ଅନ୍ୟ ଏକ ନାଟକ ପରିବେଷଣ କରାଯାଇ ଥିଲା। ଏହି ଅବସରରେ ଶ୍ରେଷ୍ଠ ଶିକ୍ଷୟତ୍ରି ଭାବେ ସରୋଜିନୀ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା l
Article Image
Article Image
6