ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଣ୍ଡଳ ସ୍ତରୀୟ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ

ବୁଗୁଡ଼ା, 12/04/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକ ଗୋଳାବନ୍ଧ ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ରେ ମାଣିତରା ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଆୟୋଜିତ ହୋଇଯାଇଛି I ଏଥିରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପଣ୍ଡିତ ଜୀ ଙ୍କ ଚିନ୍ତାଧାରା ଓ ଜନସେବାର ଆଦର୍ଶକୁ କାର୍ଯ୍ୟକର୍ତ୍ତା ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ପ୍ରସାରିତ କରିବା ଏହି ମହାଅଭିଯାନର ଲକ୍ଷ୍ୟ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଉତ୍ସାହ, ଦୃଢ଼ ପ୍ରତିବଦ୍ଧତା ଏବଂ ରାଷ୍ଟ୍ରସେବାର ନୂଆ ଦିଗ ଦେଖାଇଛି I ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜନସେବା ଯାତ୍ରା ଆହୁରି ସଫଳ ହେଉ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିବା ସହ ଦଳକୁ ମଜଭୁତ କରିବା ପାଇଁ ସୂତାରେ ବାନ୍ଧି ହୋଇ ରହିବା ନିହାତି ଆବଶ୍ୟକ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ତ‌ଥା ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସଂଯୋଜକ ସିମାଞ୍ଚଳ ସାହୁ, ମଣ୍ଡଳ ସଭାପତି କାର୍ତ୍ତିକ ମଙ୍ଗଳ, ପ୍ରଭାରୀ ସୁଶାନ୍ତ କୁମାର ଡାକୁଆ, ନାରୀନେତ୍ରୀ ଜୟନ୍ତୀ ପଢିଆରୀ, ପୂର୍ବତନ ସରପଞ୍ଚ ବସନ୍ତ ସାମଲ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରକାଶ ମହାରଥା,ସୁନୀଲ ପାଢ଼ୀ, ନଟବର ଜେନା, ହରିହର ସାହୁ, ସାଧୁ ଚରଣ ବେହେରା ସମେତ ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ I
Article Image
Article Image
5