ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ନାସନାଲସ୍କୁଲ ବାର୍ଷିକ ଉତ୍ସବ ମା ମାଟି ମନସ୍କ ହେବା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ

କୁଜଙ୍ଗ , 12/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
Article Image
୧୨/୪/୨୦୨୬ :
Article Image
କୁଜଙ୍ଗ ସ୍ଥିତ ପ୍ରତିଷ୍ଠିତ ସ୍କୁଲ୍ କୁଜଙ୍ଗ ନାସନାଲ ସ୍କୁଲ୍ ର ଅଷ୍ଟାଦଶ ବାର୍ଷିକ ଉତ୍ସବ ଶିକ୍ଷାବିତ୍ ନାଟ୍ୟକାର ଡ଼ଃ ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ରବିବାର ସଂଧ୍ୟାରେ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସିନେ ଜଗତର ଜଣାଶୁଣା ଅଭିନେତା ଅଶ୍ରମୋଚନ ମହାନ୍ତି ଯୋଗ ଦେଇ ନିଜ ବୋଉଙ୍କ ଜୀବନ ଆଦର୍ଶ କହି କିପରି କିପରି ଦୁଷ୍ଟ ହେଉଥିଲେ ଅବତରଣ କରିଥିଲେ। ନିଜ ବଡ ବାପା କୀର୍ତ୍ତନ ବିହାରୀ ମହାନ୍ତି ଙ୍କ କଥା ଉଲ୍ଲେଖ କରି ନିଜ ପାଠ ପଢ଼ା ସମୟ ରେ କୁଷ୍ଠ ରୋଗୀ ର ଅଭିନୟ ତାଙ୍କ ପାଈଁ ତାଙ୍କ ମା ଙ୍କ ପ୍ରେରଣା ଦାୟୀ ଭୂମିକା ଓ ନିର୍ଦ୍ଦେଶନା ଆଜି ତାଙ୍କୁ ଏତେ ବଡ କଳାକାର ଭାବରେ ତିଆରି କରିବା ରେ ଭିତ୍ତି ଭୂମି ପକାଇ ଥିଲା। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଆଠ ବର୍ଷ ର ପାଠ ପଢା ନିଜ ମାଆ ଙ୍କ ଅଳ୍ପ ସମୟ ମଧ୍ୟରେ ନିର୍ଦ୍ଦେଶନା ଓ କିଛି ସଂସ୍କାର ଆଜି ତାଙ୍କୁ ଦିଗବାରେଣି ପରି କାର୍ଯ୍ୟ କରିଛି। ନିଜର ସଂଳାପ ଉପସ୍ଥିତି ଦର୍ଶକ ଓ ଛାତ୍ର ଅଭି ବାବକ କୁ ଅନୁରଣିତ କରିଥିଲା।
Article Image
ମୁଖ୍ୟ ବକ୍ତା ରୂପେ ରାଜନେତା ତଥା ସାହିତିକ ପ୍ରତାପ ଚନ୍ଦ୍ର ମିଶ୍ର ଯୋଗ ଭଗତ ସିଂହଙ୍କ ଫାଶୀ ପୂର୍ବର ମାଆଙ୍କ ଆଗମନ ପାଇଁ ଥିବା ସର୍ତ୍ତକୁ ଉଲ୍ଳେଖ କରି ବୀର ର ମାଆ ଆଖି ରେ ଲୁହ ଆସେନି କଥା ଉପସ୍ଥିତ ଅଭିଭାବକଙ୍କ ଭାବାବେଗ କରିଥିଲେ। ବେଣୀ ମାଧବ ଦାସ ଅବତରଣ କରି ଶିକ୍ଷକ ଶିକ୍ଷୟତ୍ରୀ ଯେମିତି ହେବା ଉଚିତ୍ ବୋଲି କହିବା ସହ ନମ୍ୱର୍ କି ଅର୍ଥ ମୋହ ରେ ନପଡ଼ି ଦେଶ ପ୍ରଥମ ଭାବନା ନେଇ ଜୀବନ। ୧୮୩୨ ରେ ଇଂଲଣ୍ଡରେ ପ୍ରଥମ ସ୍କୁଲ ହୋଇ ଥିଲା ବେଳେ ମୋ ଦେଶ ଭାରତ ରେ ୧୮ ଲକ୍ଷ ରୁ ଉର୍ଦ୍ଧ୍ବ ଗୁରୁକୁଳ ଶିକ୍ଷା ଶ୍ରମ ଚାଲିଥିଲା। ଆମକୁ ଇଂରେଜ କେମିତି ଶିକ୍ଷିତ କରାଇଲେ। ଗୋପବନ୍ଧୁ ଦାସଙ୍କ ତ୍ୟାଗ ଜୀବନ ଆମେ ପଢ଼ୁ ଭଲ କହୁ ମାତ୍ର ଆମ ପିଲା ଗୋପବନ୍ଧୁ ହେଉ ଏକ କଥା ବାପା ମାଆ ନଚାହିଁ ବା ନେଇ କ୍ଷୋଭ ପ୍ରକାଶ କରିବା ସହ ଆଜି ଦାସେ ଆପଣ ଙ୍କ ଦର୍ଶନ ଦେଶ ତଥା ବିଶ୍ୱରେ ଶାନ୍ତି ଆଣି ପାରିବ ବୋଲି କହିଥିଲେ। ସମ୍ମାନୀତ ଅତିଥି ରୂପେ ଅଧ୍ୟାପିକା ରୋଜାଲିନ ଜେନା ପ୍ରତିଭା ସହ ପ୍ରତିବଦ୍ଧତା ଜରୁରୀ ବୋଲି କହିଥିଲେ ।ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ତଥା ନାଟ୍ୟକାର ଭାଗ୍ୟଧର ସାହୁ ଯୋଗ ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା। ଅବଧୂତଙ୍କ ୨୪ ଗୁରୁଙ୍କୁ ଅବତରଣ କରି ଅର୍ଥ ରୋଜଗାର କରିବା ଶିକ୍ଷା କେବଳ ଉଦ୍ଦେଶ୍ୟ ନୁହେଁ ବରଂ ସେବା, ମା ମାଟି ମନସ୍କ ହେବା ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଏହି ଅବସରରେ ନେସନାଲ ସ୍କୁଲ୍ ଅଧ୍ୟକ୍ଷା ପ୍ରମିଳା ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷାବିତ୍ ଡ଼ଃ ଗଙ୍ଗାଧର ସାମନ୍ତରାୟ ସ୍ବାଗତ ଭାଷଣ ଦେଇଥିଲେ।ସୁଧାକର ବିଶ୍ବାଳ ଅତିଥି ରୂପେ ମଞ୍ଚାସିନ ଥିଲେ ।ଶୁଭେନ୍ଦୁ ନାରାୟଣ ଧନ୍ଯବାଦ ଅର୍ପଣ କରିଥିଲେ।ସ୍କୁଲ୍ ର ମୁଗ୍ଧାମୟୀ ରାଉତ, ମଧୁସ୍ମିତା ବାରିକ, ସଞ୍ଜୟ ଓଝା, କାହ୍ନା ବେହେରା, ଅମର୍ଯୌତୁ ସ୍ୱାଇଁ, ପବିତ୍ର ନାୟକ, ସୁବାସିନୀ ମହାପାତ୍ର, ପ୍ରିୟଦର୍ଶିନୀ ଦାସ, ମାତୃ କୃପା ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ସ୍କୁଲର ସୁବାସିନୀ ମହାପାତ୍ର, ପ୍ରିୟଦର୍ଶନୀ ଦାସ ଙ୍କୁ ଶ୍ରେଷ୍ଠ ଶିକ୍ଷୟତ୍ରୀ ରୂପେ ଅତିଥି ମାନେ ସମ୍ବର୍ଧିତ କରିଥିଲେ।
Article Image
Article Image
5