ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡ଼ିଶାର ଗ୍ରାମାଞ୍ଚଳରେ ଉନ୍ନତ ଚିକିତ୍ସା ଉପଲବ୍ଧ କରାଉଛି ୟୁଏଆଇଏଲ୍‌ର ଉତ୍କଳ ହସପିଟାଲ – ୪୭୦ ଗ୍ରାମରେ ୫୭,୦୦୦ ଲୋକଙ୍କ ନିକଟରେ ପହଞ୍ଚୁଛି 

ରାୟଗଡ଼ା, 13/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧୀନସ୍ଥ  ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‌ନାଲ ଲିମିଟେଡ (ୟୁଏଆଇଏଲ୍‌) ଗୋଷ୍ଠୀ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃସୁଦୃଢୀକରଣ କରି ରାୟଗଡା ଜିଲ୍ଲାର ଟିକିରି (ଓଷାପଡା) ଠାରେ ଉତ୍କଳ ହସପିଟାଲର ସଫଳ ପରିଚାଳନା ଜରିଆରେ ଦକ୍ଷିଣ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଗଭ୍ୟତାକୁ ନିରନ୍ତର ସୁଦୃଢ କରିବାରେ ଲାଗିଛି । ଏହି ହସପିଟାଲ ସମୟୋଚିତ ଏବଂ ଗୁଣାତ୍ମକ ଚିକିତ୍ସା ସେବା ପାଇବାରେ ଚାଲେଞ୍ଜର ସମ୍ମୁଖୀନ ହେଉଥିବା ଦୁର୍ଗମ ଅଞ୍ଚଳ ଓ ଗ୍ରାମାଞ୍ଚଳର ଜନସମୁଦାୟଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସ୍ଥଳରେ ପରିଣତ ହୋଇଛି । ୟୁଏଆଇଏଲ୍‌ର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରୟାସ ‘ପ୍ରୋଜେକ୍ଟ ଆରୋଗ୍ୟମ୍‌ ୦୧’ର ଏକ ମାଇଲଖୁଣ୍ଟ ଭାବରେ ସେବା ଯୋଗାଉଥିବା ଉତ୍କଳ ହସପିଟାଲ ସମଗ୍ର ଓଷାପଡା, ଟିକିରି, କାଶୀପୁର, ରାୟଗଡା ଏବଂ କୋରାପୁଟ ଜିଲ୍ଲାର କେତେକ ଭାଗରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସମର୍ଥନ ଯୋଗାଇଦେଉଛି । ନୂଆପଡା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ସହିତ ସମନ୍ୱୟ ରକ୍ଷାକରି ଏହି ହସପିଟାଲ ପ୍ରତିମାସରେ ପ୍ରାୟ ୭,୫୦୦ ରୋଗୀଙ୍କର ଚିକିତ୍ସା କରୁଛି । ଆଉ ପ୍ରାୟ ୨,୫୦୦ ରୋଗୀ କମ୍ପାନୀ ଦ୍ୱାରା ପରିଚାଳିତ ଫାଷ୍ଟ ଏଡ୍‌ ସେଣ୍ଟର ଜରିଆରେ ସ୍ୱାସ୍ଥ୍ୟସେବା ପାଉଛନ୍ତି ।
Article Image
୨୨ ଶଯ୍ୟା ବିଶିଷ୍ଟ ଉକ୍ରଳ ହସପିଟାଲ ଚବିଶ ଘଣ୍ଟିଆ ସ୍ପେଶାଲିଷ୍ଟ ଯନô ଯୋଗାଇ ଦେଉଛି ଏବଂ ଅବଷ୍ଟେଟ୍ରିକ୍ସ ଆଣ୍ଡ୍‌ ଗାଏନାକୋଲୋଜି (ଓ ଆଣ୍ଡ୍‌ ଜି), ମେଡିସିନ, ସର୍ଜରୀ, ଆନାସ୍ଥେସିଆ, ପେଡିଆଟ୍ରିକ୍ସ ଆଦି ବିଭାଗର ଅଭିଜ୍ଞ ଡାକ୍ତରଗଣ ତଥା ଅର୍ଥୋପେଡିକ୍ସ ଓ ଜେନେରାଲ ଫିଜିସିଆନ୍‌ ସର୍ଭିସେସ୍‌ ଏହାକୁ ସମର୍ଥନ ଯୋଗାଇ ଦେଉଛନ୍ତି । ଇଏନ୍‌ଟି, ଡେଣ୍ଟାଲ, ଡର୍ମାଟୋଲୋଜି ଏବଂ ଅର୍ଥୋପେଡିକ୍ସରେ ଭିଜିଟିଂ ସ୍ପେଶାଲିଷ୍ଟଗଣ ବହୁଶୃଙ୍ଖଳା ଚିକିତ୍ସା ବିଦ୍ୱତା ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ହେବା ସମର୍ଥ କରାଉଛନ୍ତି ।  ଏହି ପ୍ରୟାସସମୂହ ସମ୍ପର୍କରେ ମତ ଦେଇ ଶ୍ରୀ ରବି ମିଶ୍ର, ୟୁନିଟ୍‌ ହେଡ, ୟୁଏଆଇଏଲ୍‌ କହିଥିଲେ, “ସ୍ୱାସ୍ଥ୍ୟସେବା ହେଉଛି ଦୀର୍ଘସ୍ଥାୟୀ ଗୋଷ୍ଠୀ ବିକାଶର ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ପ୍ରୋଜେକ୍ଟ ଆରୋଗ୍ୟମ୍‌ ୦୧ ଜରିଆରେ ଉତ୍କଳ ହସପିଟାଲ ଦୁର୍ଗମ ଅଞ୍ଚଳଗୁଡିକରେ ବାସ କରୁଥିବା ଜନସାଧାରଣଙ୍କ ନିକଟରେ ଗୁଣାତ୍ମକ ଚିକିତ୍ସା ସୁବିଧା ପହଞ୍ଚାଇବା ସୁନିଶ୍ଚିତ କରୁଛି । ଆଧୁନିକ ନିଦାନ, ସ୍ପେଶାଲିଷ୍ଟ ଯନô ଏବଂ ଜରୁରୀକାଳୀନ ସେବାଗୁଡିକ ଯୋଗାଇଦେଇ ଶେଷ-ମାଇଲ ସ୍ୱାସ୍ଥ୍ୟସେବା ଯୋଗାଣକୁ ସୁଦୃଢ କରିବା ଉପରେ ଆମର ଦୃଷ୍ଟିନିବଦ୍ଧ ରହିଛି, ଯଦ୍ଦ୍ୱାରା ଦୂରତା ଓ ସୁବିଧା ଅଭାବରୁ ସମୟୋଚିତ ଚିକିତ୍ସାରୁ ଯେଭଳି କୌଣସି ବ୍ୟକ୍ତି ବଞ୍ଚିତ ନହେବେ ତାହା ନିଶ୍ଚିତ କରାଯାଉଛି ।”  ସିଟି ସ୍କାନ୍‌, କଂପୁ୍ୟଟେଡ ଏକ୍ସ-ରେ, ଏଣ୍ଡୋସ୍କୋପି ଏବଂ ମିନିମାଲି ଇନ୍‌ଭାସିଭ ଲାପାରୋସ୍କୋପିକ୍‌ ସର୍ଜରୀ ଆଦି ଆଧୁନିକ ଚିକିତ୍ସା ଭିତ୍ତିଭୂମି ଏବଂ ଉନ୍ନତ ରୋଗ ନିରୂପଣକାରୀ ସୁବିଧାରେ ସୁସଜ୍ଜିତ ଉତ୍କଳ ହସପିଟାଲ ବିପୁଳ ସମ୍ମାନ ସାଉଁଟୁଛି । ଏଠାରେ ଏକ ଲାବୋରୋଟୋରୀ ରହିଛି ଯେଉଁଠାରେ ହର୍‌ମୋନ, ବାୟୋକେମିଷ୍ଟ୍ରି, ସିବିସି ଏବଂ ଇଲେକ୍‌ଟ୍ରୋଲାଇଟ୍‌ ଆନାଲାଇଜରଗୁଡିକ ସଠିକ ରୋଗ ନିରୂପଣ ଏବଂ ସମୟୋଚିତ ଚିକିତ୍ସା ସମ୍ପର୍କିତ ନିଷ୍ପତ୍ତି ଗ୍ରହଣକୁ ସୁନିଶ୍ଚିତ କରାଉଛି । ଏସବୁ ସହିତ ଏକ ଆଧୁନିକ ଫିଜିଓଥେରାପି ୟୁନିଟ୍‌  ଅସ୍ତ୍ରୋପଚାର, ଆଘାତ, ଷ୍ଟ୍ରୋକ୍‌ ଏବଂ କ୍ରନିକ ମସ୍‌କୁ୍ୟଲୋସ୍କେଲିଟାଲ ପରିସ୍ଥିତିଗୁଡିକରୁ ଆରୋଗ୍ୟଲାଭ କରୁଥିବା ରୋଗୀମାନଙ୍କର ପୁନର୍ବାସକୁ ସମର୍ଥନ ଯୋଗାଇ ଦେଉଛି ଏବଂ ଏହାଦ୍ୱାରା ଆରୋଗ୍ୟକାରୀ ଫଳାଫଳ ତଥା ଜୀବନର ମାନରେ ଉଲ୍ଲେଖନୀୟ ଉନ୍ନତି ଘଟୁଛି । କୋଭିଡ-୧୯ ମହାମାରୀ ଏବଂ କାଶୀପୁର ବ୍ଲକ୍‌ରେ ୨୦୨୩ରେ ଡାଇରିଆ ସଂକ୍ରମଣ ସମେତ ଜଟିଳ ସ୍ୱାସ୍ଥ୍ୟଗତ ଚାଲେଞ୍ଜ ସମୟରେ ଉକ୍ରଳ ହସପିଟାଲ ସମୟୋଚିତ ଚିକିତ୍ସା ଏବଂ ଉନ୍ନତ ସ୍ୱାସ୍ଥ୍ୟଗତ ଯନô ଯୋଗାଇଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ଯାହାଦ୍ୱାରା ସ୍ଥାନୀୟ ଅଧିବାସୀମାନେ ଦୂର ସ୍ଥାନରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ନଯାଇ ଆଧୁନିକ ସ୍ୱାସ୍ଥ୍ୟଯନô ସେବାଗୁଡିକର ସୁଯୋଗ ନେଇପାରିଥିଲେ । ପରିବ୍ୟାପ୍ତ ପହଞ୍ଚ ସୁନିଶ୍ଚିତ କରିବାକୁ ୟୁଏଆଇଏଲ୍‌ ମୋବାଇଲ ହେଲ୍‌ଥ ୟୁନିଟ୍‌ (ଏମ୍‌ଏଚୟୁ) ଏବଂ ଦୁଇଟି ଆଡଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସ, ତିନିଟି ବେସିକ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ଏବଂ ଗୋଟିଏ ହିଅର୍‌ସେ ଭ୍ୟାନ ପରିଚାଳନା କରୁଛି । ଏଗୁଡିକ ଏକତ୍ରିତ ଭାବରେ ୪୭୦ରୁ ଅଧିକ ଗ୍ରାମରେ ଜରୁରୀକାଳୀନ ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦେଉଛନ୍ତି । ଏହି ପ୍ରୟାସଗୁଡିକ ସମ୍ପ୍ରତି ରାୟଗଡା, କୋରାପୁଟ ଏବଂ କଳାହାଣ୍ଡି ଆଦି ଜିଲ୍ଲାଗୁଡିକରେ ପ୍ରାୟ ୫୭,୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି ଏବଂ ସେମାନଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ଟିକାକରଣ ଏବଂ ମାତୃସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ସ୍ୱାସ୍ଥ୍ୟରକ୍ଷା ତଥା ରୋଗ ନିରାକରଣ ଆଦି ସମ୍ପର୍କରେ ସଚେତନତା ସେବା ପହଞ୍ଚାଉଛି । ନିକଟବର୍ତ୍ତୀ ଗ୍ରାମଗୁଡିକର ହିତାଧିକାରୀମାନେ ମଧ୍ୟ ସେମାନଙ୍କ ଜୀବନ ଉପରେ ହସପିଟାଲର ପ୍ରଭାବକୁ ସ୍ୱୀକାର ଓ ପ୍ରଶଂସା କରିଛନ୍ତି । ଟିକିରିର ଜଣେ ଗ୍ରାମବାସୀ କୈଳାସ ମାଝୀ କହିଥିଲେ, “ପୂର୍ବରୁ ମୋ÷ଳିକ ଚିକିତ୍ସା ପାଇଁ ମଧ୍ୟ ଆମକୁ ଦୂର ସହରଗୁଡିକୁ ଯିବାକୁ ପଡୁଥିଲା, ଯାହା ବ୍ୟୟବହୁଳ ଓ ସମୟସାପେକ୍ଷ ଥିଲା । ଏବେ ନିକଟରେ ଉତ୍କଳ ହସପିଟାଲ ରହିଥିବାରୁ ଆମେ ଆମ ହାତ ପାଆନ୍ତାରେ ଭଲ ଡାକ୍ତର, ରୋଗ ନିରୂପଣକାରୀ ସୁବିଧା ଏବଂ ଜରୁରୀକାଳୀନ ଆମ୍ବୁଲାନ୍ସ ସମର୍ଥନ ପାଇପାରୁଛୁ । ଆମ ଗ୍ରାମରେ ପରିବାରଗୁଡିକ ସକାଶେ ଏହା ବଡ ଆଶ୍ୱସ୍ତି ଆଣିଦେଇଛି ।” ଜନସାଧାରଣଙ୍କୁ ସେମାନଙ୍କ ଘର ନିକଟରେ ସୁଲଭ, ସହଜ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟଯନô ସେବାଗୁଡିକ ଯୋଗାଇଦେଇ ଉକ୍ରଳ ହସପିଟାଲ ରୋଗୀମାନେ ଦୂର ସହରଗୁଡିକୁ ଯିବା ଆବଶ୍ୟକତା ହ୍ରାସ କରିଛି । ତାହାସହିତ ସମଗ୍ର ଗ୍ରାମୀଣ ଓଡ଼ିଶାରେ ସ୍ୱାସ୍ଥ୍ୟଯନô ସେବା ତଥା ସମାବେଶୀ ଓ ଦୀର୍ଘସ୍ଥାୟୀ ଗୋଷ୍ଠୀ ବିକାଶ ନିମନ୍ତେ ଉକ୍ରଳ ଆଲୁମିନାର ପ୍ରତିବଦ୍ଧତାକୁ ପୁନଃସୁଦୃଢୀକରଣ କରୁଛି ।
6