କୁଜଙ୍ଗ, 08/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠୀ ପଞ୍ଚାୟତ ସିଜୁ ଗ୍ରାମରେ ଘଟି ଯାଇଥିବା ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଅଲେଖ ବଜାର ବଣିକ ସଂଘର ସଦସ୍ୟମାନେ।ତେବେ ସିଜୁ ଗ୍ରାମର ପ୍ରୁଥିରାଜ ଚୌଧୁରୀଙ୍କର ଦୁଇ ବଖରା ଚାଳ ଘର କୌଣସି କାରଣରୁ ଜଳି ଯାଇଥିବା ବେଳେ ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ମାତ୍ର ଏପରି ବିପଦ ସମୟରେ ପ୍ରୁଥିରାଜ ଚୌଧୁରୀଙ୍କ ପରିବାର ଦୁଃଖରେ ଭାଙ୍ଗି ପଢିଥିବା ବେଳେ ଅଲେଖ ବଜାର ବଣିକ ସଂଘର ସଭାପତି ଶତ୍ରୁଘନ ମଲ୍ଲିକଙ୍କ ନେତୃତ୍ୱରେ ସମ୍ପାଦକ ମଧୁ ସୂଦନ ପୃଷ୍ଟି,ଉପଦେଷ୍ଟା ଦିଲ୍ଲୀପ ମହାରଣା,ପିନାକୀ ବିଶ୍ବାଳ,ସୁରେନ୍ଦ୍ର ବାରିକ,ବିମଳ କୁମାର ମଲ୍ଲିକ,ଗୋବିନ୍ଦ ଚରଣ ମହାନ୍ତି,ପ୍ରଦୀପ ମହାରଣା,ବିଜୟ ମଲ୍ଲିକ,ଅଶୋକ ନାୟକ,ସନ୍ତୋଷ କୁମାର ବେହେରା,ସଚିତ୍ର ସାହୁ,ଶିକ୍ଷକ ଜୟଦେବ ଓଝା,ବ୍ରହ୍ମାନନ୍ଦ ବିଶ୍ଵାଳ,ଜଟାଧାରୀ ବରାଳ,କାବୁଲି ମଲ୍ଲିକ,ସମୀର ସ୍ବାଇଁ,ବାମଦେବ କରନ,ବିକାଶ ସାହୁ ପ୍ରମୁଖ ତାଙ୍କ ଘରେ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।ଏଥିସହିତ ବିପଦ ସମୟରେ ଅଲେଖ ବଜାର ବଣିକ ସଂଘର ସଦସ୍ୟମାନେ ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇ ଥିବାରୁ ଆଖ ପାଖ ଅଞ୍ଚଳର ଜନସାଧାରଣ ମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି।