ଏରସମା / ବାମଦେଇପୁର, 14/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ବ୍ଲକ୍ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ବିଜେପି କର୍ମୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି।ରବିବାର ସନ୍ଧ୍ୟାରେ ଦାମକାଗ୍ରାମ ଠାକୁରାଣୀ ପୀଠରେ ଆୟୋଜିତ ବୈଠକରେ ବରିଷ୍ଠ କର୍ମୀ ମନୋରଞ୍ଜନ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ।ବୈଠକରେ ଯଶୋବନ୍ତ ପୁହାଣ,ସରଳ ପଲାଇ,ଶିବାନୀ ମହାନ୍ତି, ସୁରେନ୍ଦ୍ର ଦାସ,ପପୁ ସେଠି,ତପନ ମଲ୍ଲିକ, ବାବୁରାମ ପଲାଇ,ଗଭୀ ଓଝା, ନିତ୍ୟାନନ୍ଦ ପ୍ରଧାନ,ରବି ସେଠି,ଫକିର ବିଶ୍ଵାଳ ଓ ନିତ୍ୟାନନ୍ଦ ମହାରଣା ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି,କର୍ମୀମାନେ ଦଳୀୟ ସଂଗଠନ ଉପରେ ଗୁରୁତ୍ବ ଆରୋପ କରିବା ସହିତ,ୱାର୍ଡ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ମତାମତ ଦେଇଥିଲେ। ଅନ୍ୟପକ୍ଷରେ ଦଳୀୟ ନେତ୍ରୃତ୍ବ ତଳସ୍ତରର ସଂଗଠନ ସହିତ ଦଳୀୟ ଶ୍ରୃଂଖଳା ପ୍ରତି ଯଥେଷ୍ଟ ଗୁରୁତ୍ୱ ନଦେବା ଏବଂ ପୁରୁଖା କର୍ମୀମାନଙ୍କୁ ଅଣଦେଖା କରିବା ପ୍ରଭ୍ରୃତିକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ତେବେ ଏ ସମସ୍ତ ଘଟଣା ପ୍ରତି ଦଳୀୟ ନେତ୍ରୃତ୍ବ ସଚେତନ ନହେଲେ,ଆଗାମୀ ନିର୍ବାଚନ ବୈତରଣୀ ପାରହେବାକୁ ନେଇ ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ।