କୁଜଙ୍ଗ , 14/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

କୁଜଙ୍ଗ ମହୋତ୍ସବ ଅବସରରେ ସମାଜ ସେବା ଓ ପରିବେଶ ସୁରକ୍ଷାରେ ତାଙ୍କର ନିରନ୍ତର ଅବଦାନ ପାଇଁ ସମାଜସେବୀ ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି।
ଏହି ସମ୍ମାନ ପାଇଁ ଶ୍ରୀ ମହାପାତ୍ର କୁଜଙ୍ଗ ମହୋତ୍ସବ କମିଟିଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ସେ ବିଶେଷ କୃତଜ୍ଞତା ଜଣାଇଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ଶ୍ରୀ ଆମେରେନ୍ଦ୍ର ଦାସ, ADM ଶ୍ରୀ ନିରଞ୍ଜନ ବେହେରା, ତହସିଲଦାର ଶ୍ରୀ ସ୍ୱରୂପ ନନ୍ଦନ ବେହେରା, BDO ଶ୍ରୀ ଦିପକ କୁମାର ସ୍ୱାଇଁ, ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ କୁଜଙ୍ଗ ପ୍ରତିନିଧି ଶ୍ରୀ ଦିଲୀପ ବେହେରା ସହ ସମସ୍ତ ଗୁରୁଜନଙ୍କୁ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏହି ସମ୍ବର୍ଦ୍ଧନା ତାଙ୍କ ପାଇଁ ଗର୍ବର ବିଷୟ ହେବା ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ। ଏହା ତାଙ୍କୁ ସମାଜ ଓ ପରିବେଶ ପାଇଁ ଆହୁରି ନିଷ୍ଠାର ସହ କାମ କରିବାରେ ପ୍ରେରଣା ଓ ଶକ୍ତି ଯୋଗାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, “ସ୍ୱଛତା ହିଁ ସେବା” ଓ “ରାଷ୍ଟ୍ର ସର୍ବପ୍ରଥମ” ଭାବନା ସହିତ ସମାଜ ସେବାରେ ନିଜକୁ ସମର୍ପିତ ରଖିବେ।
ଶେଷରେ ସେ ସମସ୍ତଙ୍କର ଆଶୀର୍ବାଦ ଓ ସହଯୋଗ ଆଶା କରି
“ଜୟ ହିନ୍ଦ” ଓ “ବନ୍ଦେ ଉତ୍କଳ ଜନନୀ” ବୋଲି ଅଭିବ୍ୟକ୍ତି ଜଣାଇଛନ୍ତି।