ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଦ୍ମଲୋଚନ ଦାଶ ହେଲେ ବିଜେପି ଦଳର ଦଳର ବାଲିତୁଠ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି

ଏରସମା , 14/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ୪ ନଂ ଜୋନ୍ ର ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ବିଜେପି ଦଳର ଦୃଢ ସଂଗଠକ ପଦ୍ମଲୋଚନ ଦାଶଙ୍କୁ ବିଜେପି ଦଳର ବାଲିତୁଠ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଭାବେ ମନୋନୀତ କରାଯାଇଛି।ରାଜ୍ୟ ବିଜେପି ଦଳର ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଣ୍ଡଳ ସ୍ତରୀୟ କୃଷକ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା।ଏହି ଘୋଷଣାରେ ବିଜେପିର ଏରସମା ବ୍ଲକ୍ ବାଲିତୁଠ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଦେଇଥିବାରୁ ଶ୍ରୀଯୁକ୍ତ ଦାଶ ଅତ୍ୟନ୍ତ ଖୁସି ହେବା ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ପ୍ରତାପ ମିଶ୍ର,ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ଭାଇ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ଭାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟସାରଥି ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଇବା ସହିତ ଯୁବକମାନଙ୍କର ସମସ୍ୟା ଓ ଦଳର ସାଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦୀଗରେ କାମ କରିବେ ବେଲି ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି।ଏଇ ଭଳି ଗୁରୁ ଦାଇତ୍ୱ ରାଜ୍ୟ ବିଜେପି ପକ୍ଷରୁ ପ୍ରଦାନ କରିଥିବାରୁ ଏରସମା ଓ ବାଲିକୁଦା ସମସ୍ତ ଅଞ୍ଚଳ ବାସୀଙ୍କ ତରଫରୁ ପଦ୍ମଲୋଚନ ଦାଶଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣେଇବା ସହିତ କୃତଜ୍ଞତା ଜ୍ଞାପନ କରୁଛନ୍ତି।
Article Image
6