ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାବା ତ୍ରିନାଥ ବ୍ୟବସାୟ ସଙ୍ଘ, ପାରାଦୀପ ଗଡ ର କର୍ମକର୍ତ୍ତା ନିର୍ବାଚନ l

ପାରାଦୀପ ଗଡ , 14/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଓଡିଆ ନବ ବର୍ଷ ଅବସରରେ ବାବା ତ୍ରିନାଥ ବ୍ୟବସାୟ ସଙ୍ଘ, ପାରାଦୀପ ଗଡ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଗାମୀ ୦୨ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଭାବେ ବରିଷ୍ଠ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଙ୍ଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କୁ ସର୍ବ ସମ୍ମତି ଭାବେ ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ ଉପସଭାପତି ଭାବେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦଳାଇ, ସଂପାଦକ ଭାବେ ତ୍ରିନାଥ ଦଳାଇ, ସହ ସମ୍ପାଦକ ଭାବେ ଅଭିମନ୍ୟୁ ସେଠି, କୋଷାଧ୍ୟକ୍ଷ ଭାବେ ପ୍ରକାଶ ଦଳାଇ (ବିମାନ), ଉପ କୋଷାଧ୍ୟକ୍ଷ ଭାବେ ପ୍ରକାଶ ବେହେରା ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି କୁ ଲିପୁନି ବେହେରା, ପ୍ରକାଶ ତରାଇ, ରଞ୍ଜନ କୁମାର ବାରିକ, ମିଟନ ବେହେରା, ଆସର୍ ଅଲ୍ଲୀ, ମୋହନ ବଳବନ୍ତରାୟ, ଲୋକନାଥ ବେହେରା, ବିଶ୍ଵ ରଞ୍ଜନ ନାୟକ, ସଂଗ୍ରାମ ଚୌଧୁରୀ, ଶଙ୍କର ରାଉତ, ସୁବାସ ବେହେରା, ନରେନ୍ଦ୍ର ବାରିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ଆଗାମୀ ଦିନରେ ସଂଘର ବିକାଶ ଓ ଶୃଙ୍ଖଳା କୁ ପ୍ରାଥମିକତା ଦିଆଯିବ ବୋଲି ସଭାପତି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି l
Article Image
Article Image
Article Image
7