ଏରସମା, 14/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ମା"ତାରିଣୀଙ୍କ ପୀଠରେ ଓଡ଼ିଆ ନବବର୍ଷ ପବିତ୍ର ପଣା ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ମା"ତାରିଣୀଙ୍କ ନିତି ନିୟମ ଅନୁସାରେ ସକାଳ ୬ ଘଟିକାରେ ମା'ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପରେ ୧୦୮ ନଡ଼ିଆ ଭଙ୍ଗାଯାଇ ଭୋଗ ଲାଗିଥିଲା। ସକାଳ ୮ ଘଟିକାରେ ପଣା ଭୋଗ ଲଗାଯାଇ ସମସ୍ତ ପଥଚାଳକ ଓ ଗାଡିଚାଳକ ମାନଙ୍କୁ ଦିଆଯାଇଥିଲା। ସକାଳ ୧୧ ଘଟିକା ସମୟରେ ମା"ତାରିଣୀ ଟ୍ରଷ୍ଟି ତରଫରୁ ବୃଦ୍ଧ, ବୃଦ୍ଧା ମାନଙ୍କୁ ନୂତନ ବସ୍ତ୍ର ଦିଆ ଯାଇଥିଲା। ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସମବାୟବିତ ସମୀର ରଞ୍ଜନ ସ୍ୱାଇଁ ଯୋଗଦେଇ ବୃଦ୍ଧ, ବୃଦ୍ଧା ମାନଙ୍କୁ ବସ୍ତ୍ର ଦେଇଥିଲେ ।ଅପରାହ୍ନ ୨ ଘଟିକାରେ ଝାମୁଯାତ୍ରା ହୋଇଥିଲା। ଝାମୁଯାତ୍ରା ଦେଖିବାକୁ ହଜାର ହଜାରଜନସମାଗମ ଦେଖିବାକୁ ମିଳିଥିଲା। ଅପରାହ୍ନ ୩ଟାରେ ମା" ତାରିଣୀଙ୍କ ଲଡୁ ଭୋଗ ନିଲାମକରାଯାଇଥିଲା। ଚଟୁଆ ବିଶ୍ଵନାଥଙ୍କ ମହନ୍ତ ତପନ କୁମାର ଦାଶ ପାଞ୍ଚହଜାର ଟଙ୍କାରେ ମା"ଙ୍କ ଲଡୁଭୋଗ କିଣିଥିଲେ। ଚଟୁଆ ମା" ମା ତାରିଣୀ କମିଟିର ସଭାପତି ଲୋକନାଥ ରାଉତ ଶ୍ରୀ ଦାଶଙ୍କ ହାତକୁ ମା" ତାରିଣୀଙ୍କ ଲଡୁ ଭୋଗ ଥାଳି ଦେଇଥିଲେ ।ଅପରାହ୍ନ ୩ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଉପଲକ୍ଷେ ବାଦି ପାଲା ଅନୁଷ୍ଠିତ ହୋଇଯାଇଛି। (ଗାୟକ ଚନ୍ଦନ, ଗାୟକ ବାଣୀ ବିନୋଦ) ପ୍ରଭାତ କୁମାର ଶ୍ରୀଚନ୍ଦନ (ପଟିଆ, ଭୂବନେ ଶ୍ଵର )ଙ୍କ ସହିତ (ଗାୟକ ମଞ୍ଜୁଳ ଉପାଧି) ଲକ୍ଷ୍ମୀଧର ବଳବନ୍ତରାୟ (ଭାପୁର, ନୟାଗଡ଼)ଙ୍କ ମଧ୍ୟରେ ମା "ତାରିଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା।ଚଟୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଚୟ କୁମାର ମହାନ୍ତି, ଆଇନଜୀବୀ ତଥା ଚଟୁଆ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପଦ୍ମଲୋଚନ ଦାଶ ଚଟୁଆ ମା "ତାରିଣୀ କମିଟିର ଉପ ସଭାପତି ଅକ୍ଷୟ ସ୍ୱାଇଁ ,ସଂପାଦକ ଧିରେନ୍ଦ୍ର ପରିଡ଼ା, ସହ ସଂପାଦକ ରମେଶ ମଲ୍ଲ, ସ୍ୟୋଭାଗ୍ୟ ମହାପାତ୍ର ସନ୍ତୋଷ ବରାଳ, ବିଜୟ ବେହେରା, ବିଷ୍ଣୁ ସେଠୀ,ଙ୍କ ସମେତ ଚଟୁଆ ପଞ୍ଚାୟତ ଗ୍ରାମବାସୀମାନନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ
