ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ଯାଦବ ମହାସଭା ତରଫରୁ ସମାଜସେବୀଙ୍କ ସ୍ମୃତି ଚାରଣ ଓ ପରିବାରକୁ ୨୦ହଜାର ୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ବାଲିକୁଦା, 14/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ଯୁବ ଯାଦବ ମହାସଭା ତରଫରୁ ଓଷକଣା ପଞ୍ଚାୟତ ର ଶୋଭା ଗ୍ରାମର ସମାଜସେବୀ ମାଗୁ ଚରଣ ପରିଡ଼ାଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା, ନୀରବ ପ୍ରାର୍ଥନା ଏବଂ ତାଙ୍କ ପରିବାରକୁ ଯୁବ ଯାଦବ ତରଫରୁ ୨୦ ହଜାର ୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ଯୁବ ଯାଦବ ମହାସଭାର ସଭାପତି ଜିତେନ୍ଦ୍ର ବେହେରା, ସମ୍ପାଦକ ସାଗର କୁମାର ପରିଡ଼ା, ତପନ କୁମାର ଦାସ, ନିତ୍ୟାନନ୍ଦ ବେହେରା, ସୌମେନ୍ଦ୍ର କୁମାର ଦାସ, ନରେଶ ଚନ୍ଦ୍ର ଦାସ, ରାଜେନ୍ଦ୍ର ଦାସ, ଭୀମସେନ ଦାସ, ପପୁ ପଣ୍ଡା, ଦୀପକ ଦାସ, ପ୍ରକାଶ ବାହାଲିଆ, ନିଲୁ ମହାନ୍ତି, ଜଟାଧାରୀ ଦାସ, ମାନସ କୁମାର ଦାସ, ବାବୁନା ଲେଙ୍କା, ପୂର୍ଣ୍ଣଚନ୍ଦ୍ର ଦାସ, ପପୁ ସ୍ୱାଇଁ, ବିନୋଦ ସ୍ୱାଇଁ, ନିଧିରାମ ବେହେରା, ପିତୁଆ ଦାସ, ଡୁଲୁ ମାଟିଆ, ବବୁଲ ସାହୁ, ପୀତାମ୍ବର ଦାସ, ପ୍ରକାଶ ଦାସ ପ୍ରମୁଖଙ୍କ ସହିତ ଯୁବ ଯାଦବ ମହାସଭାର କର୍ମକର୍ତ୍ତା ମାନେ ସ୍ୱର୍ଗତ ମାଗୁ ଚରଣ ପରିଡ଼ାଙ୍କ ଏକାଦଶାହ ଅବସରରେ ତାଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କ ପରିବାର ବର୍ଗକୁ ୨୦ହଜାର୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
Article Image
16