ଏରସମା, 14/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଓଡ଼ିଆ ନୂଆବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଉପଲକ୍ଷେ,ଧୋବେଇ ଗ୍ରାମର ଇଷ୍ଟଦେବୀ ମା ଚର୍ଚ୍ଚିକା ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। କିମ୍ବଦନ୍ତୀ କହେ କେଉଁ ପ୍ରାଚୀନ କାଳରୁ ରଜକ ସମ୍ପ୍ରଦାୟର ଜଣେ ରାଜା ମା ଚର୍ଚ୍ଚିକାଙ୍କୁ ପୂଜା ଅର୍ଚନା କରି ଖ୍ୟାତି ଲାଭ କରିଥିଲେ। ସେଇ ପୁରାକାଳରୁ ମାଙ୍କ ପୂଜା ଵିଧି ଚାଲିଛି। ଧୋବେଇ ଗ୍ରାମ ସମୁଦ୍ର କୁଳିଆ ଗ୍ରାମ ଅଟେ।ସେଦିନ କୌଣସି ସୌଦାଗର ଯାହାଜରେ ପଣ୍ୟ ଦ୍ରବ୍ୟ ନେଉଥିବାବେଳେ ଯାହାଜ ଟି ଗଭୀର ନଦୀରେ ବୁଡି ଯିବାରୁ ବିଚରା ସୌଦାଗର ମାଙ୍କ ମହିମା ଜାଣି ମାଙ୍କ ନିକଟରେ ମାନସିକ କଲେ,ମା ମୋ ବୁଡିବା ଯାହାଜ ନଦୀରୁ ଉଠିଲେ ମନ୍ଦିର ଟିଏ ତୋଳିଦେବି । ସତକୁ ସତ ରାତି ପାହିବା ପରେ ଯାହାଜ କୂଳରେ ଲାଗିଛି। ସେଇ ଦିନୁ ମାଙ୍କ ମହିମା ପ୍ରଚାର ହେଲା ଅନେକ ଭକ୍ତଙ୍କ ମନସ୍କମନା ମଧ୍ୟ ପୂରଣ ହେଲା। ଆଜି ମା ଚର୍ଚ୍ଚିକା ଙ୍କ ପୂଣ୍ୟ ପୂଜା ଉତ୍ସବରେ ବାଲିକୁଦା ବିଧାୟକ ସାରଦା ପ୍ରସନ୍ନ ଜେନା, ବିଜେପି ଯୁବ ନେତା ସତ୍ୟ ସାରଥୀ ମହାନ୍ତି, ନୃସିଂହ ସାହୁ,ସରପଞ୍ଚ ପ୍ରତିନିଧି ନିଶାକର ରାଉତ,ଜପା ପଂଚାୟତ ସମିତି ସଭ୍ୟ ସୁନୀଲ ଗଛାୟତ, ଅମୀର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପବିତ୍ର ଦିନରେ ଗ୍ରାମବାସୀଙ୍କ ଉଦ୍ୟମରେ ହଜାର ହଜାର ଆନନ୍ଦରେ ଭକ୍ତ ପ୍ରସାଦ ସେବନ କରିଥିଲେ।
ଏରସମାରୁ ତନ୍ମୟ କୁମାର ସେଠୀଙ୍କ ରିପୋର୍ଟ
ନ୍ୟାୟବତୀ ଟିଭି.
.....