କୁଜଙ୍ଗ , 14/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଆଜି ହେଉଛି ମହା ବିଷୁବ ପଣା ସଂକ୍ରାନ୍ତି ,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ।ଏହି ପବିତ୍ର ଦିବସରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାରରେ ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ଦହି ପଣା ବଣ୍ଟନ କରାଯାଇଛି। ଶ୍ରୀ ସତ୍ୟ ସାଇ ସେବା ସମିତି ସମସ୍ତ କର୍ମକର୍ତ୍ତା ମାନେ ଶାନ୍ତି ଶୃଙ୍ଖଳା ର ସହିତ ଏହି କାର୍ଯ୍ୟ କୁ ତୁଲେଇଥିଲେ। ଜଳ ହି ଜୀବନ।ଜଳ ଦାନ ଏକ ମହତ୍ ଦାନ।ଏହି ପବିତ୍ର ଦିବସରେ ପ୍ରତ୍ୟେକ ଛକ ନିକଟରେ,ମନ୍ଦିର ପ୍ରାଙ୍ଗଣ ରେ ଜଳ ଦାନ,ପଣା ବଣ୍ଟନ କରିଥାନ୍ତି। ସତ୍ୟସାଇ ଜଳସେବା ପକ୍ଷରୁ ସର୍ବତ ବଣ୍ଟନ।ଜଳ ହିଁ ଜୀବନ ଏହିଭଳି ମହତ୍ତ ପୂର୍ଣ୍ଣ କାର୍ଯ୍ୟକ୍ରମ କରିଛନ୍ତି ସତ୍ୟସାଇ ଟ୍ରଷ୍ଟର ସଦସ୍ୟବୃନ୍ଦ। ଆଜି ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଭକ୍ତମାନେ ବିଭିନ୍ନ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯିବା ସମୟରେ ସତ୍ୟସାଇ ଟ୍ରଷ୍ଟର ସଦସ୍ୟମାନେ ଭକ୍ତମାନଙ୍କୁ ଦହି ସର୍ବତ ପିଇବା ପାଇଁ ଦେଇଥିଲେ। ତତ୍ ସହିତ ବାଟରେ ଯାଉଥିବା ସମସ୍ତ ପଥଚାରୀ ମାନଙ୍କୁ ମଧ୍ୟ ଦହି ସର୍ବତ ପିଇବା ପାଇଁ ଦେଇଥିଲେ। ଆଜି ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥଚାରୀ ମାନଙ୍କୁ ଦହି ସର୍ବତ ପିଇବା ପାଇଁ ଦେଇ ଏହିଭଳି ମହତପୂର୍ଣ୍ଣ କାର୍ଯ୍ୟକ୍ରମ କରିଥିବାରୁ ସତ୍ୟସାଇ ଜଳସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ମାନଙ୍କୁ ବୃଦ୍ଧିଯିବି ମାନେ ଭୂୟସୀ ପ୍ରଶଂସା କରିଛନ୍ତି।