ଏରସମା, 15/04/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବାବେଳେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳନ କରାଯାଇଅଛି।ଉକ୍ତ ଦିବସରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଂଗ୍ରେସ୍ ପକ୍ଷରୁ ସମାଜ ସେବୀ ଓ ପୂର୍ବତନ ପି.ସି.ସି ସଭ୍ୟ ତଥା ପୂର୍ବତନ ପଲ୍ଲୀକଣ୍ଟା ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଳ (ମୁନା ଵାବୁ)ଙ୍କ ତତ୍ତ୍ଵାବଧାନରେ କୋଷଧ୍ୟକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଏରସମା ଗ୍ରାମ ପଞ୍ଚାୟତ ର ସଭାପତି ଯୁଗଳ କିଶୋରେ ସ୍ବାଇଁ, KC pur ପଞ୍ଚାୟତ ର ସଭାପତି ସୁବୋଧ କୁମାର ଜେନା, ୧ ନମ୍ୱର ଜୋନ ସଭାପତି ଅରୁଣ କୁମାର ପ୍ରଧାନ,ମୁରଲୀଧର ମହାନ୍ତି,କୈଳାଶ ଜୟସିଂହ,ସୁଧାକର ଖଟୁଆ,ରାଜେନ୍ଦ୍ର ସାମନ୍ତ,ଜିତେନ୍ଦ୍ର ମହାନ୍ତି,ଲକ୍ଷ୍ମୀଧର ନାୟକ, ରଞ୍ଜିତ ସେଠି ଙ୍କ ସମେତ ଅନେକ କଂଗ୍ରେସ୍ କର୍ମୀ ଉପସ୍ଥିତି ରହି ସର୍ବପ୍ରଥମେ ଆମ୍ବେଦକରଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଡକ୍ଟର ଆମ୍ବେଦକର ଅମର ରହେ ସ୍ଲୋଗାନ ଦେଇଥିଲେ। ସମ୍ୟକ ଆଲୋଚନା ରେ ଭାଗ ନେଇ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୀବନ ଦର୍ଶନ ସମ୍ବନ୍ଧରେ ଧ୍ଵୋଜରାଜ ଖଣ୍ଡୁଆଳ ସଂକ୍ଷିପ୍ତ ଆଲୋଚନା କରିଥିଲେ।