ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ମଙ୍ଗଳା ଙ୍କ ଯଜ୍ଞ ବାର୍ଷିକ ଅନୁଷ୍ଠିତ

ଏରସମା, 15/04/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ଛକ ସ୍ଥିତ ମା ମଙ୍ଗଳା ଙ୍କ ପୀଠରେ ନାମ ଯଜ୍ଞ ଓ ଘୂର୍ତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଅନୁଷ୍ଠାନଟି ଦୀର୍ଘ ୨୨ ବର୍ଷ ଧରି ଶାନ୍ତି ଶୃଙ୍ଖଳା ସହିତ ଚାଲି ଆସୁଅଛି। ମହାବିଷୁବ ପଣା ସଂକ୍ରାନ୍ତି ପୂର୍ବ ଦିନ ଆରମ୍ଭ ହୋଇ ପଣା ସଂକ୍ରାନ୍ତି ଦିନ ଉଦଯାପନ ହୁଏ। ସର୍ବ ପ୍ରଥମେ କଳସ ସ୍ଥାପନ, ଅଙ୍କୁରାରୋପଣ, ସୂର୍ଯ୍ୟ ପୂଜା, ଗୋପୂଜା, ଷୋଡଶ ପୋଚାର ପୂଜା ଆଦି ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ପାଠ ଓ ଆହୁତି ପ୍ରଦାନ କରାଯାଇଥିଲା। ତାହା ସଙ୍ଗେ ସଙ୍ଗେ ଦୁଇ ଦିନ ଧରି ହରିନାମ୍ ସଙ୍କୀର୍ତ୍ତନ ନାମ ଯଜ୍ଞ କରାଯାଇଥିଲା । ଦୀର୍ଘ ଦିନ ଧରି ଏହି ଉତ୍ସବଟି ଶାନ୍ତି ଶୃଙ୍ଖଳା ର ସହିତ ପାଳନ ହୋଇ ଆସୁଥିବାରୁ ପଲ୍ଲୀକଣ୍ଟା ଗ୍ରାମବାସି ମାନେ ଉତ୍ସବ ମୁଖର ହୋଇ ଉଠିଛନ୍ତି ।ଉକ୍ତ ଉତ୍ସବ ରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା,ପଲ୍ଲୀକଣ୍ଟା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ତଥା ସମାଜସେବୀ ଶ୍ରୀଯୁକ୍ତ ଧ୍ଵୋଜରାଜ୍ ଖଣ୍ଡୁଆଳ,ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ଉପସ୍ଥିତି ରହିଥିଲେ। ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
16