କୁଜଙ୍ଗ , 15/04/2026, ଉତ୍କଳ voice news - utkalvoicenews.com ( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
୧୩/୦୪/୨୦୨୬
ନି.ପ୍ର ନାରାୟଣ ବୀରବର ସାମନ୍ତ ଟ୍ରଷ୍ଟ ଆନୁକୂଲ୍ୟରେ ବିଗତ ୫ ଦିନ ଧରି ଆୟୋଜିତ ହୋଇଆସୁଥିବା କୁଜଙ୍ଗ ମହୋତ୍ସବ ଆଜି ସମାପ୍ତ ହୋଇଛି । ଏହି ପବିତ୍ର ମହୋତ୍ସବର ଶେଷ ସଂଧ୍ୟାରେ ସମ୍ମାନିତ ଅତିଥି , ମୁଖ୍ୟ ବକ୍ତା ଭାବରେ ଆମ ସମସ୍ତଙ୍କ ପ୍ରିୟ ଶିଳ୍ପ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମହୋଦୟ ଯୋଗଦେଇ ନିଜର ବକ୍ତବ୍ୟକୁ ଦର୍ଶକଙ୍କ ଆଗରେ ପରିପ୍ରକାଶ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କିଭଳି ଭାବରେ ଆମ ଜିଲ୍ଲାକୁ ଆଗକୁ ନିଆଯିବ ଏବଂ କିଭଳି ଭାବରେ ଆମ ଜିଲ୍ଲାରେ ବେକାରୀ ସମସ୍ୟା ଗୁଡିକୁ ଦୂର କରାଯାଇପାରିବ ସେ ନେଇ ଖୁବ୍ ସୁନ୍ଦର ସୁନ୍ଦର ଯୋଜନା କୁ ପରିପ୍ରକାଶ କରିଥିଲେ। କୁଜଙ୍ଗ ମହୋତ୍ସବ ଉଦଯାପନୀ ଉତ୍ସବରେ ବିରୋଧୀଙ୍କୁ ଶିଳ୍ପ ମନ୍ତ୍ରୀ ଙ୍କ ଶାଣିତ ଆକ୍ରମଣ,ପ୍ରେସମିଟ୍ ରେ ବିଜେଡି ର ସମସ୍ତ ପ୍ରଶ୍ନ ର ଉତ୍ତର ଦେଲେ ଶିଳ୍ପ ମନ୍ତ୍ରୀ,କହିଲେ ୨୪ ବର୍ଷ ଭିତରେ ତମେ କଣ କରୁଥିଲ,ଆମେ ଦୁଇ ବର୍ଷ ରେ କଣ କରିଛୁ ତାହା ସମଗ୍ର କୁଜଙ୍ଗ ବାସୀଙ୍କୁ ଜଣାଅଛି । ଏବଂ ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ କୁଜଙ୍ଗ ଅଞ୍ଚଳକୁ ଶୁଭେଚ୍ଛା ଜଣାଇ ନିଜର ବକ୍ତବ୍ୟକୁ ବିରାମ ଦେଇଥିଲେ।