ପାରାଦ୍ୱୀପ / ରଙ୍ଗିଆଗଡ, 15/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ତା: ୧୪.୦୪.୨୦୨୬ ରିଖ:
ଓଡିଆ ନବ ବର୍ଷ, ମହାବୀର ଜୟନ୍ତୀ ଅବସରରେ ରଙ୍ଗୀଆଗଡ ଆମ୍ବେଦକର ଦଳିତ ମହାସଂଘ ତରଫରୁ ସ୍ଵାଧୀନ ଭାରତ ର ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ୧୩୫ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଜୟନ୍ତୀ ଉତ୍ସବ ରେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି କହିଥିଲେ ଯେ ବାବା ସାହେବ ମଧ୍ୟ ପ୍ରଦେଶ ର ଏକ ଦଳିତ ପରିବାର ରେ ଜନ୍ମ ଗ୍ରହଣ କରି ଛାତ୍ର ଅବସ୍ଥାରେ ସବର୍ଣ୍ଣ ମାନଙ୍କ ଦ୍ଵାରା ରୋଷର ଶିକାର ହୋଇଥିଲେ l ପରବର୍ତ୍ତୀ ସମୟରେ ରେ ସେ ନିଜର ଦକ୍ଷତା ଓ ବୁଦ୍ଧିମତ୍ତା ବଳରେ ଦେଶର ପ୍ରଥମ ଆଇନୀମନ୍ତ୍ରୀ ପଦବୀ ରେ ଅଧିଷ୍ଠିତ ହେବା ପରେ ତାଙ୍କୁ ସମ୍ବିଧାନ ପ୍ରଣୟନ କମିଟିର ଅଧକ୍ଷ ଭାବେ ଚୟନ କରଯାଇଥିଲା l ସେ ଦଳିତ ମାନଙ୍କ ଉଥାନ୍ ପାଇଁ ତାଙ୍କ ଜୀବନ କୁ ଉତ୍ସର୍ଗ କରିଦେଇଥିଲେ l ଉକ୍ତ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଭାପତି ତଥା ୱାର୍ଡ଼ ସଭ୍ୟ ନିରଞ୍ଜନ ମଲ୍ଲିକ, ଅଞ୍ଜନ କୁମାର ମଲ୍ଲିକ,ତରୁଣ କୁମାର ମଲ୍ଲିକ, ଭୀମ ମଲ୍ଲିକ, ଅକ୍ଷୟ ମଲ୍ଲିକ, ଗୋପୀନାଥ ମଲ୍ଲିକ, ଭାଗନ୍ ମଲ୍ଲିକ, ଶୁକଦେବ ମଲ୍ଲିକ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ଚନ୍ଦନ ମଲ୍ଲିକ ଓ ସମାଜ ସେବୀ ରମେଶ ମହାନ୍ତି ପ୍ରମୁଖ ପ୍ରମୁଖ ଯୋଗଦେଇ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
