ଏରସମା, 15/04/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଦର୍ଶକ ବନ୍ଧୁ ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନିକଟସ୍ଥ ମାତ୍ର ୫୦ ମିଟର ଦୂରତା ରେ ଥିବା ଏହି RD ରାସ୍ତା କଥା।ଯାହାକି ସମସ୍ୟା ଦୀର୍ଘ ୮ ମାସ ଧରି ଚାଲି ଅଛି ।ନା ଶୁଣୁଛି ପ୍ରଶାସନ ନା କାନକୁ ନେଉଛନ୍ତି ବିଭାଗୀୟ ଅଧିକାରୀ।ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ ଚୁପ୍।ଏହି ରାସ୍ତା ଦେଇ ବ୍ଲକ କୁ ପ୍ରାୟ ଛଅ ଖଣ୍ଡ ପଞ୍ଚାୟତର ଲୋକ ଯାତାୟାତ କରିଥାନ୍ତି।ସବୁଠାରୁ ଗୁୁତ୍ବପୂର୍ଣ୍ଣ କଥା ହେଲା ଆଦର୍ଶ ସ୍କୁଲର ଛୋଟ ଛୋଟ ପିଲା ମାନେ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରିଥାନ୍ତି।ଅତି ନିକଟ ବର୍ତ୍ତି ରହିଛି କୋର୍ଟ,ଆଉ ପଶୁ ଚିକିତ୍ସାଳୟ ମଧ୍ୟ।ବର୍ଷା ଦିନକଥା ଅଲଗା କିନ୍ତୁ ଏ ଖରା ଦିନରେ ଏପରି ରାସ୍ତାରେ ନର୍ଦ୍ଦମା ପାଣି ଜମି ରହିବା ଏକ ବଡ଼ ସମସ୍ୟା।ଦୀର୍ଘ ୮ ମାସ ଧରି ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଛନ୍ତି କିନ୍ତୁ କୌଣସି ସମାଧାନ ର ରାସ୍ତା ଆଜିଯାଏ ହୋଇପାରିଲା ନାହିଁ।ତେଣୁ ଆସନ୍ତା କାଲି ସୁଦ୍ଧା ଏହାର ସମସ୍ୟା ର ବାଟ କିଛି ନ ହୁଏ ତା ହେଲେ ଏହାଠୁ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।