ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ରେ ଓଡ଼ିଆ ନବବର୍ଷ ପାଳନ

ଜଗତସିଂହପୁର, 15/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ )
Article Image
ଜଗତସିଂହପୁର ଜିଲ୍ଲାର ଅନନ୍ୟ ଅନୁଷ୍ଠାନ କଳା ଅନୁଷ୍ଠାନ ସୋନୁ ଘର ଷ୍ହୁଡ଼ିଓ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ସଂସ୍କରଣ "ଆ" ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ବିଶିଷ୍ଟ କବି ଶୁଭ ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଆ ନବ ବର୍ଷର ଶୁଭ କାମନା କରିବା ସହିତ ଓଡ଼ିଆ ଅସ୍ମିତା ଉପରେ ଆଲୋକପାତ କରିଥିଲେ । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ବହୁ କଳାକାର ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ମୁଖ୍ୟ ଅତିଥି ଅନୁଷ୍ଠିତ ର ଉତ୍ତରୋତ୍ତର କାମନା କରିଥିଲେ ।
Article Image
Article Image
7