ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଧାଂଶୁ ସ୍ମାରକୀ ୧୦ମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ।

କୁଜଙ୍ଗ / ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମ, 15/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଥିବା ମା' ନିମନାୟକାଣୀ ଡ୍ରାମାଟିକ୍ କ୍ଳବ୍ ଦ୍ଵାରା ସୁଧାଂଶୁ ସ୍ମାରକୀ ୧୦ମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ପ୍ରତିବର୍ଷ ଭଳି ଚଳିତ ବର୍ଷ ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଯାଇଛି।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଗ୍ରାମର ଉଦୟମାନ ଯୁବକ ଭୀମସେନ ପ୍ରଧାନ,ସର୍ବେଶ୍ଵର ଦାସ,ମଳୟ ରଞ୍ଜନ ସ୍ବାଇଁ,ସୂର୍ଯ୍ୟକାନ୍ତ ପାତ୍ର,ନିରାକାର ରାଉତ,ବାଇଧର ନାୟକ ଓ ପ୍ରଶାନ୍ତ କୁମାର ଲେଙ୍କାଙ୍କ ପ୍ରଚେଷ୍ଟାରେ ହୋଇଥିଲା।ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ମା' ନିମନାୟକାଣୀ ଡ୍ରାମାଟିକ୍ କ୍ଳବର ସଭାପତି ସଚିତ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ବିଶିଷ୍ଟ ଶିଳ୍ପପତି ବାଳକୃଷ୍ଣ ଜେନା,ମୁଖ୍ୟବକ୍ତା ଭାବରେ ପାରାଦ୍ଵୀପ ମୁନିସ୍ ପାଲିଟ ଅଧକ୍ଷ ବସନ୍ତ ବିଶ୍ଵାଳ,ଅବସରପ୍ରାପ୍ତ ଶିକ୍ଷକ ମାୟାଧର ଦାସ,ସରପଞ୍ଚଙ୍କ ପ୍ରତିନିଧି ଅର୍ଜ୍ଜୁନ ବେହେରା,ସମିତି ସଭ୍ୟ ପବିତ୍ର ସେଠୀ,ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ରାଉତରାୟ,ଯୁବ ସମାଜସେବୀ ଶିବ ଚରଣ ସେଠୀ,ସମ୍ପାଦକ ଅମରେନ୍ଦ୍ର ରାଉତରାୟ,ସୁକାନ୍ତ ରାଉତରାୟ,ସନ୍ତୋଷ ରାଉତ,ଅଦୈତ ରାଉତରାୟ,ବିଚିତ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜୋଳନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କଳା,ସଂସ୍କୃତି,ପରମ୍ପରାକୁ ବଜାୟ ରଖିବା ପାଇଁ ଗୁରୁଚରଣ ମଲ୍ଲିକ,କୈଳାସ ଲେଙ୍କା,ପବିତ୍ର ରାଉତ,ଜପହରୀ ସେଠୀ,ଗୋକୁଳ ଚନ୍ଦ୍ର ଲେଙ୍କା,ରାମଚନ୍ଦ୍ର ସେଠୀ,ରଞ୍ଜିତ ପ୍ରଧାନ,ହେମନ୍ତ ସେଠୀ,ଗୋବିନ୍ଦ ଲେଙ୍କା,ବିପିନ୍ ବିହାରୀ ସୂତାର,ରଶ୍ମୀ ରଞ୍ଜନ ଲେଙ୍କା,ଗଦାଧର ରାଉତରାୟ,ସୂର୍ଯ୍ୟଦେବ ସ୍ବାଇଁ,ସୁଦର୍ଶନ ରାଉତ,କାହ୍ନୁ ଚରଣ ମହାନ୍ତି ପ୍ରମୁଖ ସହଯୋଗର ହାତ ବଢ଼ାଇଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମା' ନିମନାୟକଣୀ ଡ୍ରାମାଟିକ୍ କ୍ଲବର ୧୪୦ ମେମ୍ବର ସହଯୋଗ କରିଥିଲେ।
10