ସାଇଲୋ, 16/04/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ସାଇଲୋ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ସ୍ୱର୍ଗତ ସରୋଜ କୁମାର ସେଠୀଙ୍କ ଅମର ସ୍ମୃତିରେ ଏକ ବିଶାଳ ଜଳ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। 'ସରୋଜ ଭାଇ ଜନସେବା ସଂଗଠନ' ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରାହାମା ବଜାର ଏବଂ ମୁଥାପଦା ମୀନା ବଜାର ଠାରେ ସମ୍ପନ୍ନ ହୋଇଛି।
ଗ୍ରୀଷ୍ମର ପ୍ରକୋପରୁ ପଥିକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ସଂଗଠନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ଶିବିରରେ ବେଲ ପଣା, ଦହି ପଣା, ତରଭୁଜ ଏବଂ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ପ୍ରାୟ ୨୦୦୦ରୁ ଅଧିକ ଜନସାଧାରଣ ଏହି ସେବାର ସୁଯୋଗ ନେଇଥିଲେ। ସରୋଜ ଭାଇଙ୍କ "ସେବା ହିଁ ଶ୍ରଦ୍ଧାଞ୍ଜଳି" ଆଦର୍ଶକୁ ପାଥେୟ କରି ସଂଗଠନର କର୍ମକର୍ତ୍ତାମାନେ ଏହି ମହତ କାର୍ଯ୍ୟକୁ ସମ୍ପାଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିବେକ ଦାସ ଓ ସମ୍ପାଦକ ଦେବାଶିଷ ପାତ୍ର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଜ୍ଞାନ ରଞ୍ଜନ ବାରିକ, ଚିନ୍ମୟ ପାତ୍ର, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଦୀପ୍ତି ରଞ୍ଜନ ସେଠି, ଅନିରୁଦ୍ଧ ଖୁଣ୍ଟିଆ, ନବଘନ ଖୁଣ୍ଟିଆ, ସୁଶାନ୍ତ ବରାଳ, ଗୋପାଳ ଦାସ, ମହେଶ୍ୱର ଦାସ, ଦିଲୀପ କୁମାର ମଲ୍ଲିକ, ସୌମ୍ୟ ରଞ୍ଜନ ସାମନ୍ତରାୟ, ରମାକାନ୍ତ ବରାଳ, ବିଶ୍ୱଜିତ ଦାସ, ମନୋଜ ଯୋଗାଣିଆ, ଭଗବାନ କୁଂଆର, ଦିବ୍ୟଜ୍ୟୋତି ସ୍ୱାଇଁ, ବିଶ୍ୱଜିତ ସାହୁ, ନିହାର ରଞ୍ଜନ ଦାସ, ସ୍ୱପ୍ନା ରଞ୍ଜନ ଦାସ ଏବଂ ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସଂଗଠନର ଏହି ଜନହିତକର କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।