ରାହାମା, 16/04/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
ହଂସୁରା ପଞ୍ଚାୟତ ର ଅନୋଳି ପାଟଣା ର ହନୁମାନ ଯୋଗାଶ୍ରମ ରେ ୨୩ ତମ ବାର୍ଷିକ ଉତ୍ସବ ଓ ତ୍ରିଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , କଂଗ୍ରେସ ନେତା ନଳିନୀ କାନ୍ତ ସ୍ୱାଇଁ , ନିରଞ୍ଜନ ନାୟକ , ଯୁବ ସମାଜସେବୀ ପ୍ରବୀର ପରିଡା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ଅରୁଣ କୁମାର ପାଣି ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ ! ପଦ୍ମଶ୍ରୀ ବାବା ବଳିଆ ଙ୍କ ଶିଷ୍ୟ ସେବକ ଗୋପାଳ ଦାସ ଙ୍କ ଦ୍ୱାରା ସତସଙ୍ଗ ଆୟୋଜିତ ହୋଇଥିଲା !ଦୀନବନ୍ଧୁ ଦାସ , ଭଗବାନ ସୁତାର , ରଞ୍ଜନ କୁମାର ସ୍ୱାଇଁ , ସୁଜ୍ଞାନ ରଞ୍ଜନ ଦାସ, ବଟକୃଷ୍ଣ ମହାପାତ୍ର, ପ୍ରଭାତ ସ୍ୱାଇଁ,ସୁଶୀଲ କୁମାର ସ୍ୱାଇଁ, ଦେବେନ୍ଦ୍ର ସ୍ୱାଇଁ , କେଦାର ସାହୁ , ବିଶ୍ବଜିତ ଦାସ(ମଣ୍ଟୁ ), ସଚିତ୍ର କୁମାର ସ୍ୱାଇଁ, ଆଲୋକ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ୱାରା ପୂର୍ଣ୍ଣାହୁତି ପ୍ରଦାନ ପରେ ପ୍ରାୟ ଦେଢ଼ହଜାର ଲୋକଙ୍କୁ ପ୍ରସାଦ ବିତରଣ କରାଯାଇଥିଲା !ଅନୋଳିପାଟଣା ଗ୍ରାମବାସୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା !