ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡାକ୍ତର ସେବାରେ ଯୋଗଦେବି:ଅଂଶୁମାନ

ତିର୍ତ୍ତୋଲ ବ୍ଲକ ବିଶେଶ୍ଵରପୁରୁ ଗ୍ରାମ, 16/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଦୃଢ଼ ଇଚ୍ଛାଶକ୍ତି,ପ୍ରଚଣ୍ଡ ଆତ୍ମବିଶ୍ବାସ, ଓ କଠିନ ପରିଶ୍ରମ ହିଁ ସବୁ ସଫଳତାର ମୂଳମନ୍ତ୍ର।ଆଉ ଏହି ତିନୋଟି ମନ୍ତ୍ରଙ୍କୁ ପାଥେୟ କରି ଏହି ସଫଳତା ପାଇଛି ବୋଲି ୯୭ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଅଂଶୁମାନ ପଣ୍ଡା କହିଛନ୍ତି। କଳିଙ୍ଗ ଇଂରାଜୀ ମିଡିଅମ ସ୍କୁଲ କଲାରବାଙ୍କରେ ପାଠ ପଢୁଥିବା ମେଧାବୀ ଛାତ୍ର ଅଂଶୁମାନ ପଣ୍ଡା ୫୦୦ ରୁ ୪୮୫ ନମ୍ବର ରଖିଛନ୍ତି। ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଶେଶ୍ଵରପୁରୁ ଗ୍ରାମର କମଳ କୁମାର ପଣ୍ଡା ଓ ଚିରସ୍ମୀତା ମିଶ୍ରଙ୍କ ପୁଅ ହେଉଛନ୍ତି ଅଂଶୁମାନ। ପରୀକ୍ଷା ପାଇଁ ଦିନକୁ ସାତରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ଏହି ଶ୍ରେୟ ସେ ଭଗବାନ,ନିଜ ବାପା, ମା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି। ଡାକ୍ତର ସେବାରେ ଯୋଗଦେବାକୁ ସେ ଲକ୍ଷ ରଖିଛନ୍ତି।
8