କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତ ବାଲିପାରି ଗ୍ରାମ, 16/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଦୃଢ଼ ଇଚ୍ଛାଶକ୍ତି,ପ୍ରଚଣ୍ଡ ଆତ୍ମବିଶ୍ବାସ, ଓ କଠିନ ପରିଶ୍ରମ ହିଁ ସବୁ ସଫଳତାର ମୂଳମନ୍ତ୍ର।ଆଉ ଏହି ତିନୋଟି ମନ୍ତ୍ରଙ୍କୁ ପାଥେୟ କରି ଏହି ସଫଳତା ପାଇଛି ବୋଲି ୯୬.୬୬ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଅଭିଷ୍ପା ମହାପାତ୍ର କହିଛନ୍ତି। ପିପିଏଲ୍ ଡିଏଭି ପାରାଦୀପରେ ପାଠ ପଢୁଥିବା ମେଧାବୀ ଛାତ୍ରୀ ଅଭିଷ୍ପା ମହାପାତ୍ର ୫୦୦ ରୁ ୪୮୧ ନମ୍ବର ରଖିଛନ୍ତି। ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତ ବାଲିପାରି ଗ୍ରାମର ଶିକ୍ଷାବିତ ସ୍ୱର୍ଗତ ନିରଞ୍ଜନ ମହାପାତ୍ରଙ୍କ ନାତୁଣୀ,ସୈଭାଗ୍ୟ ରଞ୍ଜନ ମହାପାତ୍ର ଓ ପ୍ରତିମା ମହାପାତ୍ର ଙ୍କ ଝିଅ ହେଉଛନ୍ତି ଅଭିଷ୍ପା । ପରୀକ୍ଷା ପାଇଁ ଦିନକୁ ସାତରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ଏହି ଶ୍ରେୟ ସେ ଭଗବାନ,ନିଜ ବାପା, ମା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି। ପ୍ରଶାସନିକ ସେବାରେ ଯୋଗଦେବାକୁ ସେ ଲକ୍ଷ ରଖିଛନ୍ତି।