କୁଜଙ୍ଗ , 17/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଆସନ୍ତା ରବିବାର ଓଡିଶା ସାହିତ୍ୟ ଏକାଡେମୀ ଓ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ପକ୍ଷରୁ ମିଳିତ ଭାବେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ସୂଚନା ଭବନ ଠାରେ ସାହିତ୍ୟ ପର୍ବ ପାଳନ ହେବ l ପ୍ରିୟବନ୍ଧୁ ପକ୍ଷରୁ ଏହି ସାହିତ୍ୟ ପର୍ବରେ ପ୍ରଖ୍ୟାତ ସାହିତ୍ୟିକ ଗୌରହରି ଦାସଙ୍କୁ ବାଣୀପୀଠ ସାଧନା ପୁରସ୍କାର -2026 ପ୍ରଦାନ କରାଯିବ l ସେହିପରି ବିଶିଷ୍ଟ ଦଳିତ କବି ପୀତାମ୍ବର ତରାଇଙ୍କୁ ମଧ୍ୟ ଶୁଦ୍ରମୁନି ସାହିତ୍ୟ ପୁରସ୍କାର - 2026 ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିବା ପ୍ରିୟବନ୍ଧୁ ସମ୍ପାଦିକା ଅଧ୍ୟାପିକା ଡ.ରୋଜାଲିନ ସୂଚନା ପ୍ରଦାନ କରିଛନ୍ତି l ସେଦିନ ପର୍ବରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି ଓ ଲେଖକ ଯୋଗ ଦେବେ l ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ହେବ l ସାହିତ୍ୟ ପର୍ବକୁ ସାହିତ୍ୟିକ ତଥା ଝଙ୍କାର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି ଉଦଘାଟନ କରିବେ l ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ , ଡକ୍ଟର ରବୀନ୍ଦ୍ର ବିହାରୀ ଯୋଗଦେବା ସହିତ ନାମୀଦାମୀ କବି ଯୋଗଦେବେ ବୋଲି ଜଣାପଡିଛି l