ଜଗତସିଂହପୁର, 17/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ଶାରଳା ମଣ୍ଡପ ଶାକାଦ୍ବୀପ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ମିଳନୀ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ଅତିଥି ଭାବେ ଅସଲି ଖଡ଼ିରତ୍ନ ପଞ୍ଜିକାର ଗଣନାକାର ଦେବଦର୍ଶୀ ଖଡ଼ିରତ୍ନ, ନିଖିଳ ଉତ୍କଳ ଶାକଦ୍ବୀପ ବ୍ରାହ୍ମଣ ସମାଜର ସଭାପତି ବିଜୟ କୁମାର ନାୟକ ଶର୍ମା,ହରିହର ମହାପାତ୍ର ପ୍ରମୁଖ ଯୋଗ ଦେଇ ପାଞ୍ଜିକାର ମାନଙ୍କୁ ସରକାର ପୋତ୍ସାହନ ଯୋଗାଇ ଦେବା ସହିତ ସରକାରୀ ସ୍ୱୀକୃତି ପ୍ରଦାନ ପାଇଁ ଦାବୀ ରଖିଥିଲେ ।ଏହି ଅବସରରେ ବହୁ ପ୍ରତିଷ୍ଠିତ ବିଦ୍ୱାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।