ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ଘଟଣାରେ ଆହତ ହେଲେ କୁଜଙ୍ଗ କଳାକାର ସଂଘର ଜଣେ ପୁରାତନ ସଦସ୍ୟ।

କୁଜଙ୍ଗ , 08/02/2025, ଉତ୍କଳ voice news - utkalvoicenews.com ୨୨/୦୧/୨୦୨୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଭଳି ଏକ ସାହିତ୍ୟ, କଳା, ସଂସ୍କୃତି ସମ୍ପଣ୍ଣ ମାଟି ଅନେକ କଳାକାରଙ୍କୁ ଜନ୍ମ ଦେଇଛି । ସେମାନେ ଖାଲି ଜଗତସିଂହପୁର ଜିଲ୍ଲାରେ ନୁହେଁ ବରଂ ଓଡିଶା ଏବଂ ଓଡିଶା ବାହାରେ ମଧ୍ୟ ସେମାନଙ୍କର କଳାର ଯାଦୁ ଦେଖାଇବାରେ ସକ୍ଷମ ହୋଇଛନ୍ତି । ସେହି କଳାକାର ମାନଙ୍କର ସୁରକ୍ଷା ଏବଂ ସେମାନଙ୍କର କଳାର ବିକାଶ ନିମନ୍ତେ କୁଜଙ୍ଗ ର ସମସ୍ତ କଳାକାର ମାନଙ୍କୁ ନେଇ ସୃଷ୍ଟି ହୋଇଛି କୁଜଙ୍ଗ କଳାକାର ସଂଘ ।
Article Image
ସେହି ସଂଘ କଳାକାର ମାନଙ୍କର ସୁଖରେ ଦୁଃଖରେ ଆଜି ପର୍ଯ୍ୟନ୍ତ ଠିଆ ହୋଇଛି । କିଛିଦିନ ତଳେ କଂଣ୍ଠଶିଳ୍ପୀ ରୋହିତ କୁମାର କେନ୍ଦ୍ରାପଡାର ଏକ ଭଜନ କାର୍ଯ୍ୟକ୍ରମରୁ ଫେରୁଥିବା ସମୟରେ ଟିକରପଙ୍ଗା ଠାରେ ସଡକ ଦୁର୍ଘଟଣାରେ ତାଙ୍କର ଡାହାଣ ହାତ ଟି ଭାଙ୍ଗି ଦୁଇଖଣ୍ଡ ହୋଇଯିବାରୁ ସେ ଆଉ କୌଣସି ପ୍ରୋଗ୍ରାମକୁ ଯାଇପାରୁନାହାନ୍ତି କିମ୍ବା ରୋଜଗାର କରିପାରୁନାହାନ୍ତି । ତାଙ୍କର ସେହି ଦୁର୍ଦିନରେ ସେ କଳାକାର ସଂଘର ସାହାର୍ଯ୍ୟ ଲୋଡିଥିଲେ । ସେହି ପ୍ରସ୍ତାବ ସଂଘରେ ଆଲୋଚନା ପରେ ସଂଘ ଅଣ୍ଟା ଭିଡିଥିଲା ତାଙ୍କୁ ସାହାର୍ଯ୍ୟ କରିବାପାଇଁ । ଶନିବାର ସଂନ୍ଧ୍ୟାରେ ସଂଘର ସଭାପତି ଜିତେନ୍ଦ୍ରିୟ ରାଉତ, କୋଷାଧ୍ୟକ୍ଷ ସଂଜୟ ଓଝା, ସହ ସମ୍ପାଦକ ଶର୍ମାଶ୍ରୀ ଜନ୍ମେଜୟ ନାଥ, ବରିଷ୍ଠ ଗୀତିକାର ଶିବ ପ୍ରସାଦ ଲେଙ୍କା, କଂଣ୍ଠଶିଳ୍ପୀ ସରୋଜ କୁମାର ସାହୁ, ସୁଦର୍ଶନ ସ୍ୱାଇଁ ଏବଂ ଅନ୍ୟମାନେ ରୋହିତ କୁମାର ଙ୍କ ବାସଭବନକୁ ଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ୫୦୦୦ ଟଙ୍କାର ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିଥିଲେ । କଳାକାର ସଂଘର ଏଭଳି ପଦକ୍ଷେପ ପାଇଁ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଶ୍ରୀଚରଣ ମହାନ୍ତି, ସଂଳାପକାର ଶରଣାରବିନ୍ଦ ଓଝା, ଆକାଶ ବାଣୀ କଣ୍ଠ ଶିଳ୍ପୀ ଜୀବନାନନ୍ଦ ଅଧିକାରୀ ପ୍ରମୁଖ ସାଧୁବାଦ ଜଣାଇଛନ୍ତି ଏବଂ ଏଥିନିମନ୍ତେ ବୁଦ୍ଧିଜୀବି ମହଲରୁ ପ୍ରସଂଶାର ସୁଅ ଛୁଟୁଛି ।
Article Image
Article Image
1