ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ନୂତନ ଥାନାଅଧିକାରୀଙ୍କୁ ଉତ୍କଳ ଭଏସ ଚ୍ୟାନେଲର ସମ୍ପାଦକଙ୍କ ତରଫରୁ ସମ୍ବର୍ଦ୍ଧନା।

କୁଜଙ୍ଗ , 17/04/2026, ଉତ୍କଳ voice news - utkalvoicenews.com (୧୭-୪-୨୬)( ବ୍ୟୁରୋ ହେଡ)
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକରେ ନୂତନ ଭାବେ ଯୋଗ ଦେଲେ ଥାନାଧିକାରୀ ଭାବେ ( ସିବାସିଶ୍ ଦାସ ) ଙ୍କୁ ଉତ୍କଳ ଭଏସ୍ ନ୍ୟୁଜ ଚ୍ୟାନେଲର ସମ୍ପାଦକ ନିଜ ତରଫରୁ ସାକ୍ଷାତ୍ କରି ସମ୍ବର୍ଦ୍ଧନା ଜଣାଇଥିଲେ। ଗତକାଲିର ସାମ୍ବାଦିକ ସମ୍ମିଳନୀରେ ନୂତନ ଥାନାଧିକାରୀ ନିଜର କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା ସହ କିଭଳି ଭାବରେ ଅନ୍ୟାୟ ଏବଂ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ , ସେ ନେଇ ପ୍ରତିଶ୍ରୁତି ଦେଇଥିଲେ। ସେ କୁଜଙ୍ଗ ଥାନାକୁ ଅଧିକାରୀ ହୋଇ ଆସିବା ପରେ କୁଜଙ୍ଗ ବାସୀଙ୍କ ଅପରାଧୀଙ୍କୁ ନେଇ ଥିବା ଭୟ ଦୂର ହେବା ସହ ତାଙ୍କୁ ନେଇ ବିଶ୍ଵାସ ମଧ୍ୟ ବଢ଼ିଛି । ଏବଂ ଆମର ଆଶା ଓ ବିଶ୍ୱାସ ଆମର କୁଜଙ୍ଗ ଥାନାର ନୂତନ ଅଧିକାରୀ କୁଜଙ୍ଗକୁ ଅପରାଧୀ ମୁକ୍ତ କରାଇବା ସହିତ ସଦାସର୍ବଦା ନ୍ୟାୟ ପାଇଁ ଲିପ୍ତ ରହିବେ ।
17