ଏରସମା, 17/04/2026, ଉତ୍କଳ voice news - utkalvoicenews.comସ୍ମୁତି ରେ ଅକ୍ଷୟ......
(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ)

ଦର୍ଶକ ବନ୍ଧୁ ଦିନ ସିନା ଚାଲି ଯାଏ ହେଲେ, ସ୍ମୃତି ରହି ଯାଏ ଏ ସଂସାରେ। ଏ ସଂସାରରେ ସମସ୍ତେ ନିଜ ନିଜ ଅଭିନୟ ସାରି ବାହୁଡ଼ିବାକୁ ପଡ଼ିବ,ଖାଲି ରହିଯିବ ଏ ସମାଜ ପାଇଁ କରିଯାଇଥିବା ଭଲ କୀର୍ତ୍ତି।ଯାହାକି ଏ ସଂସାରରେ ଚିରଦିନ ପାଇଁ ମନେ ରହିବ।ସେହିଭଳି ବ୍ୟକ୍ତିତ୍ବ ଥିଲେ ଶିକ୍ଷକ ଅକ୍ଷୟ କୁମାର ବେହେରା।ତାଙ୍କର ଲୋକମାନଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଆଉ ଭଲପାଇବା ତାଙ୍କର ଏକାଦଶର ସ୍ମୃତି ସଭାର ଜନଗହଳିରୁ ହିଁ ଜଣା ପଡିଥିଲା।ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଦେଇକା ଗ୍ରାମରେ
ଖୁରାଣ୍ଟ ର ପୂର୍ବତନ ପ୍ରଧାନଶିକ୍ଷକ, ନାଉଗାଁ,ଏରସମାର ପୂର୍ବତନ ABEO,ଏରସମା ତିର୍ତ୍ତୋଲ ର ପୂର୍ବତନ BEO ଅକ୍ଷୟ କୁମାର ବେହେରା ଙ୍କ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ଲୋକନାଥ ମହାନ୍ତି ଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିଲା।ଉକ୍ତ ସଭାରେ ବାଲିକୁଦା-ଏରସମା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା,ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାପାତ୍ର,କମ୍ରେଡ ନେତା ଶ୍ରୀଯୁକ୍ତ ଶଶୀ ଭୂଷଣ ସ୍ଵାଇଁ,ସମାଜ ସେବୀ ଓ ପଲ୍ଲୀକଣ୍ଟା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଳ,ଜପା ପଞ୍ଚାୟତର ପୂର୍ବତନ ସରପଞ୍ଚ ତପନ ଗୋଛାୟତ, ଜପା ସରପଞ୍ଚଙ୍କ ପ୍ରତିନିଧି ନିଶାକର ରାଉତ,ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ଗୋପବନ୍ଧୁ ନାୟକ,OSSTA ର ରାଜ୍ୟ ସଂଘ ସଦସ୍ୟ ସଚିଦା ନନ୍ଦ ପରିଡା,ଶିକ୍ଷକ ସଂଘର ଜିଲ୍ଲା ସଂପାଦକ ନରେଶ ଚନ୍ଦ୍ର ସାହୁ,କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଇଂ. ନଳୀନି ସ୍ୱାଇଁ, BJP ଓବିସି ମୋର୍ଚା ର ସଭାପତି ନୃସିଂହ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ସ୍ମୁତି ଚାରଣ କରିଥିଲେ। ଏଥିରେ ବାଲିକୁଦା-ଏରସମା ର ବିଧାୟକ ସାରଦା ପ୍ରସନ୍ନ ଜେନା' ଅକ୍ଷୟ ସ୍ତୁତି'ପତ୍ରିକା ଉନ୍ମୋଚନ କରିଥିଲେ ।

