ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ

ଜଗତସିଂହପୁର, 17/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ସାରଦା ମଣ୍ଡପ ଠାରେ ଆୟୋଜିତ ସ୍ମୃତି ସଭାରେ ବିଜେଡି ଉପସଭାପତି ଚିରଞ୍ଜିବ ବିଶ୍ୱାଳ,ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ,ଯୁବ ନେତା ପ୍ରଶାନ୍ତ କୁମାର ମଲ୍ଲିକଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇ ବିଜୁ ପଟନାୟକଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ନାମରେ ଗଠିତ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରି ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ବିଜେଡି ଦଳ ଜିଲ୍ଲାରେ ସଂଗଠିତ ଥିବା ସହିତ ଆଗମୀ ପଂଚାୟତ ନିର୍ବାଚନ ରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ।
Article Image
9