ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂତନ ଥାନାଧିକାରୀଙ୍କ ଆସିବା ପରେ ଚୋରା ମଦ କାରବାର ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।

କୁଜଙ୍ଗ , 17/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ନୂତନ ଥାନାଧିକାରୀ ଆସିବାପରେ କୁଜଙ୍ଗ ପୋଲିସ୍ ମିଳିଛି ସଫଳତା । ଗତକାଲି ସନ୍ଧ୍ୟାରେ କୁଜଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଜବତ୍ କରିଛି ଚୋରା ମଦ। ଘଟଣା ପରେ ପୋଲିସ ଠାରୁ ଯାହା ସୂଚନା ମିଳିଛି ଯେ ଏହି ଚୋରା ମଦ କାରବାର କରୁଥିବା ଲୋକଟି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବିଲିତୁଠ ବାଲିସାହିର ସୁଶାନ୍ତ ପଲାଇ ପି.ତା ନିତ୍ୟାନନ୍ଦ ପଲାଇ ବୟସ ୪୧ ବର୍ଷ। ଘଟଣା ପରେ କୁଜଙ୍ଗ ପୋଲିସ୍ ଆସାମୀଙ୍କ ଠାରୁ ୪୩ଟି ନମ୍ବର୧ ରମ୍ ବୋତଲ୍ , ୧୯ଟି ନମ୍ବର୧ ଡିଲକ୍ସ ହ୍ୱିସ୍କି ବୋତଲ୍ , ୬ଟି ରୟାଲ ଚ୍ୟାଲେଞ୍ଜ ସିଲେକ୍ଟ ଗୋଲ୍ଡ ହ୍ୱିସ୍କି ବୋତଲ୍ , ୨ଟି ରୟାଲ୍ ଗ୍ରୀନ୍ ପ୍ରିମିୟମ ହ୍ୱିସ୍କି ବୋତଲ୍ , (ପ୍ରତ୍ୟେକ ବୋତଲ୍ ୧୮୦ ମିଲି) , ୮ଟି କିଙ୍ଗଫିସର୍ ଷ୍ଟ୍ରଙ୍ଗ ବୋତଲ୍ ( ପ୍ରତ୍ୟେକ ବୋତଲ ୬୫୦ ମିଲି) , ୫ଟି ଆସ୍କା୪୦ ଦେଶୀ ମଦ ବୋତଲ୍ (୨୦୦ମିଲି) *ମୋଟ୍ ୧୯ ଲିଟର ୮୮୦ ମିଲି* ମଦ ପୋଲିସ୍ ଜବତ୍ କରିଛି । କୁଜଙ୍ଗ ଥାନାର ନୂତନ ଥାନାଧିକାରୀଙ୍କ ଆଗମନରେ ପୋଲିସର ସଫଳତା ଦେଖି ପୋଲିସ୍ ଉପରେ ଜନସାଧାରଣଙ୍କ ଭରସା ମଧ୍ୟ ବଢ଼ିଯାଇଛି। ଏହି ପରିପ୍ରେକ୍ଷୀରେ କୁଜଙ୍ଗ ପୋଲିସ୍ ଆସାମୀ ସୁଶାନ୍ତଙ୍କ ନାଁ ରେ ୧୦୬/୨୬ ନମ୍ବର ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
13