ଏରସମା ବ୍ଲକ ଜପା ପଂଚାୟତ ର ଦେଇକା ଗ୍ରାମ, 17/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ବ୍ଲକ ଜପା ପଂଚାୟତ ର ଦେଇକା ଗ୍ରାମର ପୂର୍ବତନ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ବେହେରା ଙ୍କ ସ୍ମୃତି ଚରଣ ସଭାରେ ।ତାଙ୍କ ବାସଭବନ ରେ ତପନ ଗଛୟତ ସଭାପତିତ୍ୱ ରେ ହୋଇଯାଇଛି।ସଭା କୁ ପରିଚାଳନା କରିଥିଲେ ଶିକ୍ଷକ ନେତା ଲୋକନାଥ ମହାନ୍ତି।ଏହି ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗ ଦେଇ କହିଲେ ସ୍ୱର୍ଗତ ବେହେରା ଶିକ୍ଷା ବିଭାରେ କାର୍ଯ୍ୟ କରୁଥିଲେ।ତା ନୁହେଁ, ସାମାଜିକ କର୍ମ ରେ ନିଜକୁ ସେ ସବୁବେଳେ ନିୟୋଜିତ କରି ରଖିବା ସହ ଜଣେ ଆଦର୍ଶ ଶିକ୍ଷକ ଓ ଶିକ୍ଷା ଅଧିକାରୀ ଭାବେ ପରିଚିତ ଥିଲେ।ଅନ୍ୟତମ ଅଥିତି ପୂବର୍ତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର,ନଳିନୀ ସ୍ୱାଇଁ, ଶଶୀଭୁଷଣ ସ୍ୱାଇଁ,ଦୀପ୍ତି ରାଣୀ ପ୍ରଧାନ,ଧ୍ଵଜରାଜ ଖଣ୍ଡୁଆଳ,ବହୁ ବିଶିଷ୍ଟ ବ୍ୟକ୍ତି, ପୂଜ୍ୟ ପୂଜା ସଂସଦ ଏରସମା ଓ ଶିକ୍ଷକ ସଂଘ ର କର୍ମକର୍ତା ପ୍ରମୁଖ ଯୋଗଦେଇଥିଲେ। ଯଯାତି କେଶରୀ ସାମନ୍ତରାୟ ସମ୍ପାଦିତ "ଅକ୍ଷୟ ସ୍ମୃତି "ସ୍ମରଣିକା ପୁସ୍ତକ ଅଥିତିମାନେ ଉନ୍ମୋଚିତ କରିଇଥିଲେ।