ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଘରେ ପଶି ଯାଇଥିବା ଅବସ୍ଥାରେ ହରିଣ ଉଦ୍ଧାର

ଏରସମା, 09/02/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ବନ୍ୟପ୍ରାଣୀ ବିପଦରେ।ଜଙ୍ଗଲ ଜମି ଶିଳ୍ପ ପାଇଁ ଅଧିଗ୍ରହଣ ହେବା ଓ ଜଙ୍ଗଲ ସଫା ହେବା ଯୋଗୁଁ ବନ୍ୟ ପ୍ରାଣୀ ମାନେ ନିରାପଦ ଆଶ୍ରୟ ଓ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ବିପଦରେ ପଡ଼ୁଛନ୍ତି।କେତେବେଳେ ଲୋକ ମାନେ ଜଙ୍ଗଲ ବିଭାଗ ଅଗୋଚରରେ ମାରି ମାଂସ କରି ଖାଉଛନ୍ତିତ ଆଉ କେତେବେଳେ ବିଲୁଆ କୁକୁରଙ୍କର ଆକ୍ରମଣର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି।
Article Image
ଗତ ଏକ ତାରିଖ ଦିନ ଏକ ମାଈ ହରିଣ ତିନି ଶାବକ ସହ ନୂଆଗାଁ ମଧ୍ୟକୁ ପଶି ଆସିଥିବା ବେଳେ ବୁଲା କୁକୁର ଆକ୍ରମଣରୁ ଶାବକଙ୍କୁ ରକ୍ଷା କରିବାକୁ ଯାଇ ଆହତ ହୋଇଥିଲା।ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା।ପରଦିନ ଅର୍ଥାତ୍ ଦୁଇ ତାରିଖ ଦିନ ସେହି ନୂଆଗାଁ ସିଦ୍ଧ ଗୁମ୍ଫା ନିକଟରୁ ଏକ କ୍ଷତ ବିକ୍ଷତ ମୃତ ହରିଣ ଶାବକ ଉଦ୍ଧାର ହୋଇଥିଲା।ଠିକ୍ ଛଅ ଦିନ ପରେ ଅର୍ଥାତ୍ ଶନିବାର ସନ୍ଧ୍ୟାରେ ନୂଆଗାଁ ସ୍ଥିତ ମଠ ସାହିରୁ ଏକ ଅଣ୍ଡିରା ହରିଣ ଉଦ୍ଧାର କରାଯାଇଛି।ଆଜି ସନ୍ଧ୍ୟାରେ ଏକ ଅଣ୍ଡିରା ହରିଣ ମଠ ସାହି କୃଷ୍ଣ ମଲ୍ଲିକଙ୍କ ଘର ଭିତରକୁ ଅଚାନକ ପଶି ଆସିଥିଲା।ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେବାରେ କୁଜଙ୍ଗ ରେଞ୍ଜର କାର୍ତିକେଶ୍ଵର ଖଣ୍ତାଇ,ଫରେଷ୍ଟର ପ୍ରଦୀପ ବେହେରା,ରାଜେଶ ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରି ବାଲିତୁଠ ସେକ୍ସନ ଅଫିସରେ ରଖିଛନ୍ତି।ଆସନ୍ତା କାଲି ବଡତଣ୍ଡା ଜଙ୍ଗଲ ଅଞ୍ଚଳରେ ଛଡ଼ା ଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି।ଜଙ୍ଗଲ କ୍ଷୟ କାରଣରୁ ବାରମ୍ବାର ବନ୍ୟ ପ୍ରାଣୀ ଜନବସତି ମୁହାଁ ହେଉଥିବାର ଅଭିଯୋଗ ହେଉଛି।
Article Image
1