ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରଜୀବନରେ ଶୃଙ୍ଖଳା ହିଁ ଆଗକୁ ବଢ଼ିବାର ବାଟ କଢାଏ - ରାୟଗଡ଼ା ବିଧାୟକ

ରାୟଗଡ଼ା, 18/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ “ସୃଜନ-୨୦୨୬” ମହାସମାରୋହ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ରାୟଗଡା ବିଧାୟକ ଶ୍ରୀ କାଡ୍ରାକା ଅପ୍ପାଲାସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ, ପି.ଜି କାଉନ୍ସିଲ୍ ଚେୟାରମେନ ପି. ଅରୁଣ କୁମାର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ ତାଙ୍କ ଉଦବୋଧନରେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଶିକ୍ଷା କେବଳ ପୁସ୍ତକଜ୍ଞାନରେ ସୀମିତ ନୁହେଁ ବରଂ ଏହା ଛାତ୍ରମାନଙ୍କର ନୀତି, ଆଚରଣ ଓ ସମାଜିକ ଦାୟିତ୍ୱ ଗଢ଼ି ତୋଳିବାରେ ମୂଳ ଭୂମିକା ନିର୍ବାହ କରିଥାଏ । ସେ ମହାବିଦ୍ୟାଳୟରେ ଉପଲବ୍ଧ ବିଭିନ୍ନ ସୁବିଧା ବିଷୟରେ ଅବଗତ କରାଇଥିବା ସହିତ କିଛି ସମସ୍ୟା ଓ ପାରିପାର୍ଶିକ ଉନ୍ନତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଶେଷକରି ପୁସ୍ତକାଳୟର ବିକାଶ ଓ ନୂତନ ପୁସ୍ତକ ସଂଗ୍ରହକୁ ସେ ଅତ୍ୟନ୍ତ ଆବଶ୍ୟକ ମନେ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଅପ୍ପାଲାସ୍ୱାମୀ ତାଙ୍କ ଭାଷଣରେ କହିଥିଲେ ଯେ ସେ ଏହି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଥିବାରୁ ଏହି ମହାବିଦ୍ୟାଳୟ ସହ ତାଙ୍କର ଗଭୀର ସମ୍ପର୍କ ରହିଛି। ସେ ମହାବିଦ୍ୟାଳୟର ସମସ୍ୟାଗୁଡିକୁ ସରକାରଙ୍କ ନଜରକୁ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ପାରିପାର୍ଶିକ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା ଏନ.ସି.ସି. ଅଧିକାରୀ ଲେଫ୍ଟନାଣ୍ଟ ଉଦୟ ନାୟକଙ୍କ ଦ୍ୱାରା ସୁଚାରୁ ଭାବେ ସମ୍ପାଦିତ ହୋଇଥିଲା ଯାହା କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସଫଳ କରିଥିଲା। ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଅବସରପ୍ରାପ୍ତ ଅଧ୍ୟାପକ-କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ଵିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଓ ନାଟ୍ୟ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା ଯାହା ଛାତ୍ରମାନଙ୍କ ମଧ୍ୟରେ ଆହୁରି ଉତ୍ସାହ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାଂସ୍କୃତିକ ସଂଘର ସଭାପତି ଟି. ଜ୍ୟୋତି, ଉପସଭାପତି ଶ୍ରୀନିବାସ ଆଚାରୀ, ନାଟ୍ୟ ସଂଘର ସଭାପତି
Article Image
Article Image
9