ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେପି ଏସସି ମୋର୍ଚ୍ଚା ସଭାପତି ହେଲେ ଗନ୍ଧମାର୍ଦ୍ଦନ

ବୁଗୁଡ଼ା, 18/04/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଘୋଷଣା କରାଯାଇଛି। ଏହି କ୍ରମରେ ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା ,ଘୁମୁସର ଅନୁସୂଚିତ ଜାତି (ଏସସି) ମୋର୍ଚାର ସଭାପତି ଭାବେ ପୋଲସରା ନିର୍ବାଚନ ମଣ୍ଡଳୀର ଗନ୍ଧମାର୍ଦ୍ଦନ ସେଠୀଙ୍କୁ ପୁନର୍ବାର ନିଯୁକ୍ତି ମିଳିଛି।ସୂଚନା ଅନୁସାରେ, ବୁଗୁଡା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ବି. ବ୍ରହ୍ମପୁର ଗ୍ରାମର ବାସିନ୍ଦା ଗନ୍ଧମାର୍ଦ୍ଦନ ସେଠୀ ପୂର୍ବରୁ ମଧ୍ୟ ତିନି ବର୍ଷ ଧରି ସଫଳତାର ସହ ଏହି ଦାୟିତ୍ୱ ତୁଲାଇଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ସାଙ୍ଗଠନିକ ଦୃଢ଼ତା ଏବଂ ଦଳ ପ୍ରତି ଥିବା ନିଷ୍ଠାକୁ ବିଚାର କରି ଦଳୀୟ ହାଇକମାଣ୍ଡ ତାଙ୍କୁ ଦ୍ୱିତୀୟ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି।ଗନ୍ଧମାର୍ଦ୍ଦନଙ୍କ ପୁନଃ ନିଯୁକ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଦଳର ଏହି ନିଷ୍ପତ୍ତି ଆଗାମୀ ଦିନରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ସଂଗଠିତ କରିବାରେ ଏବଂ ଦଳୀୟ ଭିତ୍ତିଭୂମିକୁ ଅଧିକ ମଜଭୁତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ସଫଳତା ପାଇଁ ଶ୍ରୀ ସେଠୀ ଦଳର ବରିଷ୍ଠ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇବା ସହ ନିଜ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି।
15