ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ଉଚ୍ଚବିଦ୍ୟାଳୟ ୧୯୯୨ ବ୍ୟାଚ ବନ୍ଧୁମିଳନ

ଏରସମା, 19/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଚଟୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୨ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ବଣଭୋଜି ନୂଆଗାଁ ଶିଶୁ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି।ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ।ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାକ୍ତନ ଛାତ୍ର ସୁବାସ ସ୍ୱାଇଁ,ତପନ ପାତ୍ର,ବିପିନ୍ କୁମାର ନାୟକ,ଶୁଶାନ୍ତ କୁମାର ପରିଡ଼ା, ମନୋରଞ୍ଜନ ବିଶ୍ଵାଳ,ଗଜେନ୍ଦ୍ର ନାୟକ, ବଟକୃଷ୍ଣ ରାଉତ, କୈଳାସ ଚନ୍ଦ୍ର ଓଝା,ନିତ୍ୟାନନ୍ଦ ପ୍ରଧାନ,ମାନସୀ ସ୍ୱାଇଁ,ଅନୁସୟା ଜେନା,ମମତା ନାୟକ,ପ୍ରିୟତ୍ତମା ମୁଦୁଲି, ବନ୍ଦନା ମହାପାତ୍ରଙ୍କ ସମେତ ୧୯୯୨ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।
Article Image
7